ଲକ୍ଷ୍ମୀପୁର: କୋରାପୁଟଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ର ପିପଳପଦର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ତେରଶହ ଟଙ୍କା ଓ ଚାଷ କାମରେ ବ୍ୟବହୃତ ହେଉଥିବା ଘାଗଡା ଚୋରି କରି ନେଇଥିବା ଅଭିଯୋଗ କରି ଜଣେ ବୃଦ୍ଧକୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି।
ମୃତକ ଜଣକ ହେଲେ ପିପଳପଦର ଗାଁର ଲାଲୁ ମାଣ୍ଡିଙ୍ଗା। ମଙ୍ଗଳବାର ସନ୍ଧ୍ୟାରେ ପିପଳପଦର ଗାଁରେ ଜୟ ମାଣ୍ଡିଙ୍ଗା ନାମକ ବ୍ୟକ୍ତି ସେହି ଗାଁର ବୃଦ୍ଧ ଲାଲୁଙ୍କୁ ଟଙ୍କା ଚୋରି କରିଥିବା ଅଭିଯୋଗ କରି ମାଡ଼ ମାରିଥିଲେ।
ଲାଲୁଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ଦୁଇ ପୁଅ ଦୁଖିନା ମାଣ୍ଡିଙ୍ଗା ଓ ଜେଟୁ ମାଣ୍ଡିଙ୍ଗା ଚିକିତ୍ସା ଲାଗି ଲକ୍ଷ୍ମୀପୁର ଡାକ୍ତରଖାନା ଭର୍ତ୍ତି କରିଥିଲେ। ଡାକ୍ତରଖାନାରେ ଲାଲୁଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତର କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ରେଫର କରିଥିଲେ।
ଲାଲୁଙ୍କ ପୁଅମାନେ ଆମ୍ବୁଲାନ୍ସ ପାଇଁ ବାରମ୍ବାର ଯୋଗାଯୋଗ କରିଥିଲେ। ଏପରିକି ଆମ୍ବୁଲାନ୍ସ ପାଇଁ ଲକ୍ଷ୍ମୀପୁର ମେଡିକାଲର ଡାକ୍ତର ମଧ୍ୟ ୫ ଘଣ୍ଟାରୁ ଅଧିକ ସମୟ ଧରି ଚେଷ୍ଟା କରିଥିଲେ। କିନ୍ତୁ ୧୦୮ ଆମ୍ବୁଲାନ୍ସ ଆସି ନଥିଲା, ଶେଷରେ ଲାଲୁ ଲକ୍ଷ୍ମୀପୁର ଡାକ୍ତରଖାନାରେ ଆଖି ବୁଜିଥିଲେ।
ଲକ୍ଷ୍ମୀପୁର ନାରାୟପାଟଣା, ବନ୍ଧୁଗାଁ ଓ ଦଶମନ୍ତପୁର ବ୍ଲକରେ ୧୦୮ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ଅନେକ ରୋଗୀ ମୃତ୍ୟୁବରଣ କରୁଥିଲେ ସୁଦ୍ଧା ପ୍ରଶାସନ ନିଦାବିଷ୍ଣୁ ସାଜିଥିବାରୁ ସାଧାରଣରେ ଅସନ୍ତୁଷ୍ଟ ବଢୁଛି। ଲାଲଙ୍କୁ ମୃତ୍ୟୁ ଘଟଣା ନେଇ ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।
Koraput | Crime | 108 ambulance
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/09/03/old-man-murdered-for-thirteen-hundred-rupees-2025-09-03-10-05-41.jpg)