ରାୟଗଡା: ସ୍ଥାନୀୟ ଅମଲା ସଂଘ ସଭାଗୃହରେ ଏନଏମଓପିଏସ ତରଫରୁ ପୁରୁଣା ପେନସନ ଲାଗୁ ନେଇ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ ବିଭାଗର ଶତାଧିକ କର୍ମଚାରୀ ଉପସ୍ଥିତ ରହି ସରକାରଙ୍କ ନୂତନ ପେନସନକୁ ବିରୋଧ କରି ସ୍ବରତ୍ତୋଳନ କରିଥିଲେ। ସରକାରଙ୍କର ଏହି ଘୃଣ୍ୟ ଯୋଜନାକୁ ବନ୍ଦ ନକଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି କର୍ମଚାରୀମାନେ ଚେତାବନୀ ଦେଇଥିଲେ।ବୈଠକଟି ଅକ୍ଷୟ କୁମାର ପଣ୍ଡାଙ୍କ ଆବାହକରେ ଆୟୋଜିତ କରାଯାଇଥିଲା।
ଜିଲ୍ଲାରେ ଏନଏମଓପିଏସ କାର୍ଯ୍ୟ କରିବା ପାଇଁ କାର୍ଯ୍ୟକାରୀ ସଭାପତି ଭାବେ ପ୍ରମୋଦ ମହାପାତ୍ର, ସଂପାଦକ ଭାବେ ଏନ.ପ୍ରଦୀପ କୁମାର ଓ ଶିବ ପ୍ରସାଦ ମହାପାତ୍ର, ଉପସଭାପତି ଭାବେ ସୁନୀଲ ପ୍ରଧାନ, କାହ୍ନୁ ବାଉରି, ରମେଶ ମିଶ୍ର, ପ୍ରଗତି ହିମରିକା, କୋଷାଧ୍ୟକ୍ଷ ଭାବେ ଦୀପକ ସାହୁ,ସାଂଗଠାନିକ ସଂପାଦକ ଭାବେ ପ୍ରମୋଦ ପଣ୍ଡା ମନୋନୀତ ହୋଇଥିଲେ।ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୋପାଳ ନାୟକ, ଅକ୍ଷୟ ପଣ୍ଡା, ଜି.ଦିବାକର, ରଶ୍ମିତା ଖାଡେଙ୍ଗା, ଅଭିଷେକ ଦାସ, ରମେଶ ବାଗ, ରାଧାକୃଷ୍ଣ ପଣ୍ଡା, ଗଙ୍ଗା ପ୍ରସାଦ ବ୍ରହ୍ମା, ସ୍ନେହାସିଶ ପାତ୍ର, ସଂଜୀତ ପଣ୍ଡା, ଚିନ୍ମୟ ମହାପାତ୍ର, ତୁଷାର ଲାବଲା, ଅନିତା ଦାସ, ପୃଥୀବିରାଜ ସାହୁ, ରଶ୍ମିତା ପଲେଇ, କାଞ୍ଚନ ସାହୁ, ନରେଶ କୁମାର ସିଂ ପ୍ରମୁଖ ଉପସ୍ଥିତ ଥିଲେ।ଶେଷରେ ସୁରେଶ ପଟନାୟକ ଧନ୍ୟବାଦ ଦେଇଥିଲେ।