କୁଲଡ଼ିହା ଅଭୟାରଣ୍ୟରୁ ମିଳିଲା ପ୍ରାଚୀନ ସଭ୍ୟତାର ଚିହ୍ନ

ଔପଦା : ବାଲେଶ୍ୱର ଜିଲ୍ଲା ପ୍ରାଚୀନ ସଭ୍ୟତାର ଅନନ୍ୟ ଗୌରବର ଅଧିକାରୀ ହୋଇପାରିଛି। ଜିଲ୍ଲାରେ ପ୍ରାଗ୍‌-ଐତିହାସିକ ଯୁଗର ସଂଧାନ ମିଳିଥିବା ଜଣାପଡ଼ିଛି। କୁଲଡ଼ିହା ଅଭୟାରଣ୍ୟ ଅଧୀନ ଦେବଗିରି ପାହାଡ଼ରେ ଗତ ଏକ ବର୍ଷ ଧରି ସର୍ବେକ୍ଷଣ କରୁଥିବା ପ୍ରତ୍ନତତ୍ତ୍ୱବିତ୍‌ ତଥା ଔପଦା ମହାବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ଡ. ଅତୁଲ କୁମାର ପ୍ରଧାନ ଏପରି ଏକ ଇତିହାସକୁ ଖୋଜି ବାହାର କରିଛନ୍ତି।

ଯାହା ସୂଚନା ମିଳିଛି; ସର୍ବେକ୍ଷଣ ସମୟରେ ଗୋଲକ, ତ୍ରିକୋଣାକାର, ଫକଳ, ଛୁରିକା ପରି ବିଭିନ୍ନ ପ୍ରକାରର ପ୍ରସ୍ତର ହାତ ହତିଆର ତଥା ବିଭିନ୍ନ ସାମଗ୍ରୀ ସହ ଭୈରବୀ, ଯକ୍ଷ, ମହିଷାମର୍ଦିନୀଙ୍କ ପରି ଦୁର୍ଲ୍ଲଭ ପ୍ରସ୍ତର ମୂର୍ତ୍ତି ମିଳିଛି। ସେହିପରି ଗଡ଼ସାହି ପଞ୍ଚାୟତ ଅନ୍ତର୍ଗତ ଉପରଗଡ଼ରୁ ଏକ ପ୍ରାଚୀନ ଦୁର୍ଗ ସହ ଶିବମନ୍ଦିରର ଧ୍ୱଂସାବଶେଷ ତଥା ମାଙ୍କଡ଼ା ପଥରର ପ୍ରାଚୀର ମଧ୍ୟ ଆବିଷ୍କୃତ ହୋଇଛି।

ସମ୍ବନ୍ଧିତ ଖବର