ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ପୁରାତନ ଛାତ୍ରସଂଘ ତରଫରୁ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ପ୍ରଫେସର ଯଜ୍ଞେଶ୍ଵର ଦଣ୍ଡପାଟ ଏବଂ ନବ ନିଯୁକ୍ତ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ମିତାଲି ଚିନାରାଙ୍କୁ ସ୍ବାଗତ କରାଯାଇଛି।
ପୁରାତନ ଛାତ୍ରସଂଘ ଉପସଭାପତି ରଘୁନାଥ ପୃଷ୍ଟି, ଯୁଗ୍ମ ସମ୍ପାଦକ ଡକ୍ଟର ବୀରକିଶୋର ଦାଶ ଏବଂ କାର୍ଯ୍ୟନିର୍ବାହୀ ପରିଷଦ ସଦସ୍ୟ ଲକ୍ଷ୍ମୀଧର ଚାନ୍ଦ କୁଳପତି ପ୍ରଫେସର ଦଣ୍ଡପାଟଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।
ଏହି ଅବସରରେ ବିଶ୍ୱବିଦ୍ୟାଳୟର ଉନ୍ନୟନ ଅଧିକାରୀ ଡକ୍ଟର ମନୋରଞ୍ଜନ ସେନାପତି ଉପସ୍ଥିତ ଥିଲେ। କୁଳପତି ପ୍ରଫେସର ଦଣ୍ଡପାଟ ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରସଂଘର ସହଯୋଗ କାମନା କରିଥିଲେ।
ଅଧିକ ପଢ଼ନ୍ତୁ: ମାର୍ଚ୍ଚ ୨୦୨୭ରୁ ଜନଗଣନା: ଦୁଇଟି ପର୍ଯ୍ୟାୟରେ ଶେଷ କରିବାକୁ ପ୍ରସ୍ତୁତି
/sambad/media/media_files/2025/06/05/a0yeyAwEi0pX6QxIdftR.jpeg)
ସେହିପରି ପୁରାତନ ଛାତ୍ରସଂଘ କର୍ମକର୍ତ୍ତାତ୍ରୟ ନୂତନ ଭାବରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଫେସର ମିତାଲି ଚିନାରାଙ୍କୁ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ସେମାନେ ବିଶ୍ୱବିଦ୍ୟାଳୟର ଶୈକ୍ଷିକ ବାତାବରଣର ଉନ୍ନତି ଲାଗି ପୁରାତନ ଛାତ୍ରସଙ୍ଘର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ।
ଅଧିକ ପଢ଼ନ୍ତୁ: ପାକିସ୍ତାନର ୫ ଲକ୍ଷ ମୁସଲମାନ ଇଦ୍ ପାଳନ କରିବେ ନାହିଁ: ମରିୟମ ସରକାରଙ୍କ କଡ଼ା ଆଇନ