ନୂଆପଡ଼ା: ନୂଆପଡ଼ା ବ୍ଲକ୍ ଗୋଡ଼ଫୁଲା ପଞ୍ଚାୟତ ଭେରା ମତଦାନ କେନ୍ଦ୍ର ସମ୍ମୁଖରେ ଗାଁର ଜଣେ ବୃଦ୍ଧା ସୁମିତ୍ରା ପଟେଲ (୭୦) ଅଚାନକ ଟଳିପଡ଼ିଥିଲେ। ସେଠାରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଅପରାହ୍ଣରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସୋମବାର ମଧ୍ୟାହ୍ନରେ ସୁମିତ୍ରା ସମ୍ପର୍କୀୟଙ୍କ ସହ ମତଦାନ କେନ୍ଦ୍ରକୁ ଭୋଟ୍ ଦେବାକୁ ଆସିଥିଲେ। ଏହି ସମୟରେ ହଠାତ୍ ତଳେ ପଡ଼ିଯାଇ ଅଚେତ ହୋଇପଡ଼ିଥିଲେ। ଉପସ୍ଥିତ ଥିବା ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ସୁମିତ୍ରାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେହିପରି କୋମନା ବ୍ଲକ୍ ରେଙ୍ଗ ବୁଥ୍ର ପ୍ରିଜାଇଡିଂ ଅଫିସର ଅସୁସ୍ଥ ହୋଇ ପଡ଼ିଥିଲେ। ସେଠାରେ ଥିବା ଲୋକେ ଓ ସରକାରୀ କର୍ମଚାରୀ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ପ୍ରଚଣ୍ତ ଖରା ତାତିରେ କର୍ମଚାରୀ ଜଣକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ବେଳେ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି।
ମତଦାନ କେନ୍ଦ୍ରରେ ଟଳିପଡ଼ିଲେ ବୃଦ୍ଧା: ପ୍ରିଜାଇଡିଂ ଅଫିସର ଅସୁସ୍ଥ
/sambad/media/post_attachments/wp-content/uploads/2023/06/dead-fff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)