ଭାରସାମ୍ୟ ହରାଇ ଘର ଭିତରକୁ ମାଡ଼ିଗଲା କାର୍‌, ବୃଦ୍ଧାଙ୍କ ଶୋଚନୀୟ ମୃତ୍ୟୁ

ମୟୂରଭଞ୍ଜ/ଚିତ୍ରଡ଼ା: ଚିତ୍ରଡ଼ା: କିଏ ଜାଣିଥିଲା ଭାଇଙ୍କ ଘରକୁ ବୁଲିବାକୁ ଆସିବା ହେବ କାଳ।ଭାଇ ଘରକୁ ବୁଲିବାକୁ ଆସି ପଡୋଶୀ ଙ୍କ ଘରକୁ ଯାଇ ପଡୋଶୀଙ୍କ ଘର ପିଣ୍ଡାରେ ଖଟରେ ବସିଥିବା ବେଳେ ହଠାତ ରାଜ୍ୟ ରାଜପଥରୁ ଦ୍ରୁତଗତି ରେ ଏକ କାର ଆସି ବୃଦ୍ଧା ବସିଥିବା ଖଟ ଉପରେ କାର ଚଢିଯାଇଥିଲା ଏବଂ ବୃଦ୍ଧା ଗୁରୁତର ଆହତ ହୋଇଥିଲେ। ତେବେ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ବୃଦ୍ଧାଙ୍କ ମୃତ୍ୟୁ ଘଟିଯାଇଥିବା ଜଣାପଡିଛି।

ଖବରରୁ ପ୍ରକାଶ କି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିତ୍ରଡା ଫାଣ୍ଡି ଅଧିନ ବାରିପଦା-ଅମର୍ଦ। ରାଜ୍ୟ ରାଜପଥର ଚିତ୍ରଡା ବ୍ଲକ ଛକ ନିକଟରେ ଆଜି ଏକ କାର ଭାରସାମ୍ୟ ହରାଇ ଜନୈକ ବ୍ୟକ୍ତିଙ୍କ ଘର ଭିତରକୁ ମାଡିଗଲା । ଅପରାହ୍ନ ୩ଟା ସମୟରେ ମୋରଡା ବ୍ଲକ ଛକ ପଟୁ ଯାଉଥିବା ଏକ କାର ଭାରସାମ୍ୟ ହରାଇ ଜଣଙ୍କ ଘର ଭିତରକୁ ପଶିଲା । ଘର ବାରଣ୍ଡାରେ ଜଣେ ବୃଦ୍ଧ ଏକ ଖଟିଆ ରେ ବସିଥିବା ବେଳେ ତାଙ୍କ ଉପରକୁ ଚଢିଯାଇଥିଲା କାର । ଦୁର୍ଘଟଣା ଘଟିବା ପରେ କାର ଚାଳକ ଘଟଣାସ୍ଥଳରୁ ପଳାଇଥିବା ସୂଚନା ମିଳିଛି ।

ତେବେ କାରଟି ତଳେ ଚାପି ହୋଇ ରହିଥିବା ବୃଦ୍ଧଙ୍କୁ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ପ୍ରଥମେ ନିକଟସ୍ଥ କିଶାନତାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଦମକଳ ଗାଡ଼ିରେ ନେଇ ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ସେଠାରେ ଗୁରୁତର ବୃଦ୍ଧାଙ୍କ ମୃତ୍ୟୁ ଘଟିଯାଇଥିବା ଜଣାପଡିଛି। ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ବୃଦ୍ଧା ହେଲେ ମାଣତ୍ରୀ କ୍ଷୀରପଦା ଅଞ୍ଚଳ ର ଅକ୍ଷିମଣି ବେହେରା (୬୬) ଏବଂ ସେ ଚିତ୍ରଡା ବ୍ଲକ ଛକ ନିକଟସ୍ଥ ଭାଇଙ୍କ ଘରକୁ ବୁଲିବାକୁ ଆସିଥିଲେ ଏବଂ ଦୁର୍ଘଟଣା ଘଟିବାର କିଛି ସମୟ ପୂର୍ବରୁ ଭାଇଙ୍କ ପଡିଶା ଘସରକୁ ବୁଲିବାକୁ ଯାଇ ପଡିଶା ଘର ପିଣ୍ଡାରେ ଏକ ଖଟରେ ବସି କଥା ହେଉଥିବା ବେଳେ ହଠାତ କାରଟି ରାଜପଥରୁ ଦ୍ରୁତଗତିରେ ମାଡ଼ିଆସି ବୃଦ୍ଧା ବସିଥିବା ଖଟ ଉପରେ ଚଢ଼ି ଯାଇଥିଲା।ଖବର ପାଇ ଘଟଣାସ୍ଥଳରେ ଚିତ୍ରଡା ଫାଣ୍ଡି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର