ଏତଲା ଦେବାକୁ ଆସି ଥାନା ଆଗରେ ଟଳିପଡ଼ିଲେ ବୃଦ୍ଧା

କବିସୂର୍ଯ୍ୟନଗର : ଥାନାକୁ ଏତଲା ଦେବାକୁ ଆସିଥିଲେ, ହେଲେ ଥାନା ଆଗରେ ଟଳି ପଡ଼ିଲେ ବୃଦ୍ଧା। ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଇଲାକାରୁ ଏଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ବୁଢ଼ାମ୍ବ ଚମ୍ପେଇତପୁର ଗ୍ରାମର ସୁଶୀଳା ରାଉତ (୭୦) ପାରିବାରିକ ବିବାଦକୁ ନେଇ ଗତକାଲି ରାତିରେ କବିସୂର୍ଯ୍ୟନଗର ଥାନାକୁ ଏତଲା ଦେବାକୁ ଆସିଥିଲେ। ହେଲେ ହଠାତ୍ ଅଚେତ ହୋଇ ପଡ଼ିବାରୁ ତାଙ୍କୁ କବିସୂର୍ଯ୍ୟନଗର ଡାକ୍ତରଖାନାକୁ ଅଣାଯାଇଥିଲା। ହେଲେ ସୁଶୀଳାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନାନୁସାରେ, ସୁଶୀଳାଙ୍କ ସ୍ୱାମୀ ଧୋବା ରାଉତଙ୍କ ମୃତ୍ୟୁ ପରେ ସେ ଦୁଇ ପୁଅ ସତ୍ୟ ଓ ବୈରାଗୀଙ୍କ ପାଖରେ ରହୁଥିଲେ। କିନ୍ତୁ ସେମାନେ ନ ପଚାରିବାରୁ ଥାନାକୁ ଅଭିଯୋଗ କରିବାକୁ ଆସିଥିଲେ।

ସମ୍ବନ୍ଧିତ ଖବର