ଥୁଆମୂଳ ରାମପୁର: କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ମହୁଲପାଟଣା ଫାଣ୍ଡି ଅଧୀନ ପୋଡ଼ାପଦର ଗ୍ରାମର ବୃଦ୍ଧା ପେଙ୍ଗାଏ ମାଝୀଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି।
ସୂଚନା ମୁତାବକ, ପୋଡ଼ାପଦର ଗ୍ରାମର ବିଧବା ପେଙ୍ଗାଏ ସାନଛତ୍ରଙ୍ଗ ଗାଁରେ ରହୁଥିବା ନିଜ ସାନ ଭଣଜା ଘରକୁ ଯାଇଥିଲେ। ମଙ୍ଗଳବାର ସାନ ଭଣଜାଙ୍କ ସ୍ତ୍ରୀଙ୍କୁ ସାଥୀରେ ନେଇ ନିଜ ଘରକୁ ଫେରୁଥିବା ବେଳେ ବାଟରେ କାଳବୈଶାଖୀ ପ୍ରଭାବ ଦେଖି ଏକ ଗଛତଳେ ଆଶ୍ରୟ ନେଇଥିଲେ।
ଏହି ସମୟରେ ବଜ୍ରପାତ ହେବାରୁ ପେଙ୍ଗାଏ ଅଚେତ ହୋଇ ପଡ଼ିଥିଲେ। ଭଣଜାବୋହୂଙ୍କଠାରୁ ଖବର ପାଇ ବଡ଼ ଭଣଜା କୃଷ୍ଣ ମାଝୀ ୱାର୍ଡ ମେମ୍ବର ଓ ସରପଞ୍ଚଙ୍କୁ ଧରି ଘଟଣାସ୍ଥଳରେ ପହଞ୍ଚିଥିଲେ। ସେତେବେଳକୁ ପେଙ୍ଗାଏଙ୍କ ମୃତ୍ୟୁ ହୋଇସାରିଥିଲା। ବଡ଼ ଭଣଜା କୃଷ୍ଣଙ୍କ ଅଭିଯୋଗ ଆଧାରରେ ଥୁଆମୂଳ ରାମପୁର ପୁଲିସ ଏକ ମାମଲା ରୁଜୁ କରିଛି। ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/thundershower.jpg)
