କାଶୀପୁର : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଦୋରାଗୁଡ଼ା ଥାନା ଅନ୍ତର୍ଗତ ତଳ କମ୍ପର ଗ୍ରାମର ଜଣେ ବୃଦ୍ଧାଙ୍କ ମହୁମାଛି ଆକ୍ରମଣରେ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ଜଳ ଭତ୍ରାଙ୍କ ପତ୍ନୀ ଉଜେଲଦେଈ ଭତ୍ରା(୬୧) ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ସ୍ଥାନୀୟ ଉତ୍କଳ ଆଲୁମିନାରୁ ଉଜେଲଦେଈ ଘରକୁ ଫେରୁଥିଲେ। ଏହି ସମୟରେ ଗାଁ ନିକଟସ୍ଥ ନାଳ ନିକଟରେ ଏକ ଗଛରେ ଥିବା ମହୁଫେଣାରୁ ବହୁ ସଂଖ୍ୟାରେ ମହୁମାଛି ବାହାରି ଉଜେଲଦେଈଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ମହୁମାଛି ଆକ୍ରମଣରେ ସେ ଗୁରୁତର ହୋଇଥିବା ବେଳେ ପରିବାର ଲୋକ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଉତ୍କଳ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। କିନ୍ତୁ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଆଜି ସକାଳେ ଉଜେଲଦେଈଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଉଥିଲା। କିନ୍ତୁ ରାସ୍ତାରେ ହିଁ ତାଙ୍କ ମୃତ୍ୟୁ ହୋଇଯାଇଥିଲା।