ଅଜଣା ଗାଡ଼ି ଧକ୍କା ଦେବାରୁ ରାସ୍ତାରେ ଚାଲି ଚାଲି ଯାଉଥିବା ବୃଦ୍ଧା ମୃତ

ମାଣତ୍ରୀ: ଆଜି ପୂର୍ବାହ୍ନରେ ବଡ଼ସାହି ଥାନା ଅନ୍ତର୍ଗତ ଭିମିଦା-କୁଆମରା ମୁଖ୍ୟ ରାସ୍ତାର ତେନ୍ତୁଳିଗାଁ ହାଟ ପାଖରେ କୌଣସି ଏକ ଗାଡ଼ି ଧକ୍କା ଖାଇ ଜଣେ ବୃଦ୍ଧାଙ୍କର ମୃତ୍ୟୁ ଘଟିଛି।

ମୃତ ବୃଦ୍ଧା ହେଉଛନ୍ତି ତେନ୍ତୁଳିଗାଁର ୬୫ ବର୍ଷୀୟା ରମା ଦେହୁରୀ। ସେ ରାସ୍ତାରେ ଚାଲି ଚାଲି ଘରକୁ ଯାଉଥିବା ବେଳେ କୌଣସି ଏକ ଗାଡ଼ି ତାଙ୍କୁ ଧକ୍କା ଦେଇ ଚାଲିଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। କେଉଁ ଗାଡ଼ି ଧକ୍କା ଦେଇଛି ତାହା ଜଣାପଡ଼ିନାହିଁ।

ଦୁର୍ଘଟଣା ପରେ ଖବର ପାଇ ୧୦୮ ଆମ୍ବୁଲାନ୍‌ସ୍‌ ଆସି ପହଞ୍ଚିଥିଲେ ମଧ୍ୟ ରମାଙ୍କ ଶବକୁ ଡାକ୍ତରଖାନା ନ ନେଇ ଫେରି ଯାଇଥିଲା।

ପରେ ବଡ଼ସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ସମ୍ବନ୍ଧିତ ଖବର