ଯୁଯୁମୁରା: ଗୁରୁବାର ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଆରପିଏଫ୍ କର୍ମଚାରୀ ସଞ୍ଜୟ ପ୍ରଧାନ ଟ୍ରେନ୍ରୁ ଖସି ପଡ଼ିଥିବା ଜଣେ ବୃଦ୍ଧାଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଅନୁଯାୟୀ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଥାନା ପୋଇପଟା ଗ୍ରାମର ପାର୍ବତୀ ଦାସ (୬୬) ପରିବାର ଲୋକଙ୍କ ସହ ପୁରୀ-ଅହମଦାବାଦ ଟ୍ରେନ୍ (ନଂ ୨୦୮୬୧)ରେ ଭୁବନେଶ୍ୱରରୁ ଅହମଦାବାଦ ଅଭିମୁଖେ ଯାତ୍ରା କରୁଥିବା ବେଳେ ବୁଧବାର ରାତି ପ୍ରାୟ ୨ଟା୪୫ରେ ହାତୀବାରି-ମାନେଶ୍ୱର ରେଳ ଷ୍ଟେସନ ମଧ୍ୟରେ ଅବସ୍ଥିତ କୁମୁକାଠାରେ ଖସି ପଡ଼ି ଆହତ ହୋଇଥିଲେ।
ଖବର ପାଇ ଆର୍ପିଏଫ କର୍ମଚାରୀ ସଞ୍ଜୟ ପ୍ରଧାନ ପାର୍ବତୀଙ୍କୁ ଉଦ୍ଧାର କରି ଏକ ଅଟୋରେ ହାତୀବାରି ଷ୍ଟେସନ୍କୁ ନେଇଥିଲେ। ସେଠାରୁ ୧୦୮ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରିବାର ଲୋକେ ବରଗଡ଼ ଷ୍ଟେସନ୍ରେ ଓହ୍ଲାଇ ସେଠାରେ ରେଲୱେ ପୁଲିସ୍କୁ ଅବଗତ କରିଥିଲେ। ଏହି ସମୟରେ ପାର୍ବତୀ ଉଦ୍ଧାର ହୋଇସାରିଥିଲେ। ପରିବାର ଲୋକ ସମ୍ୱଲପୁର ଡାକ୍ତରଖାନାରେ ପହଞ୍ଚି ପାର୍ବତୀଙ୍କୁ ସାଙ୍ଗରେ ନେଇ ଯାଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/22/a2sHF9cqQElGiDHHpEvo.jpg)