ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି-୯ ଗ୍ରାମରେ ଜନୈକ ବୃଦ୍ଧାଙ୍କୁ ହତ୍ୟା କରି ଜମି ନାଳରେ ଫିଙ୍ଗି ଦିଆଯାଇଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଘଟଣା ଅନୁଯାୟୀ ଇରା ଗୌସ୍ବାମୀ ନାମକ ବୃଦ୍ଧା ମହିଳା ଏମଭି-୯ ଗ୍ରାମରେ ରହୁଥିଲେ। ତାଂକର ଦୁଇ ପୁଅ ମୁକୁନ୍ଦ ଏବଂ ବିଶ୍ବଜିତ ମାଲକାନଗିରିରେ ରୁହନ୍ତି। ଗତକାଲି ସାନ ପୁଅ ଏମଭି-୯ସ୍ଥିତ ଘରକୁ ଆସି ମା’ ସହ କଥାବାର୍ତ୍ତା କରି ନିଜ ଜାଗାରେ କିଛି ଗଛ ଲଗାଇ ଚାଲିଯାଇଥିଲେ।
ତେବେ ଆଜି ସକାଳୁ ଆସି ଦେଖିଲା ବେଳକୁ ମା’ ଘରେ ନଥିବା ବେଳେ ଯେଉଁ ଜାଗାରେ ସେ ଗଛ ଲଗାଇଥିଲେ ସେହି ସ୍ଥାନରେ ଭଙ୍ଗାରୁଜା ହୋଇଥିବା ଦେଖିବାକୁ ପାଇଲେ। ମା’ଙ୍କୁ ସାହିରେ ଏବଂ ଗାଁର ଅନ୍ୟସ୍ଥାନରେ ମଧ୍ୟ ଖୋଜାଖୋଜି କରିଥିଲେ ପୁଅ ବିଶ୍ବଜିତ। କିନ୍ତୁ କୌଣସି ସନ୍ଧାନ ମିଳିନଥିଲା। ଘରେ ଖଟରେ ସେଜ ଏପଟେ ସେପଟେ ପଡିଥିବାରୁ ପୁଅ ବିଶ୍ବଜିତ ମନରେ ସଂଦେହହ ଜାତ ହୋଇଥିଲା। ସେ ବାରିପଟେ ଯାଇ ଦେଖିଲା ବେଳକୁ ଘୋଷାରି ଘୋଷାରି ଚିହ୍ନ ଥିବା ଦେଖି ସେହି ରାସ୍ତାରେ ସେ ଗଲେ। ଜମି ମଧ୍ୟରେ କିଛି ଲୋକଙ୍କ ସାର୍ଟ ପଡିଥିବା ବେଲେ ମା’ଙ୍କର ବ୍ଲାଉଜ ପଡିଥିବା ଦେଖିଲେ। ପରେ ସେଠାରେ କିଛି ମାତ୍ର ବାଟ ଯିବା ପରେ ଜମିର ଏକ ନାଳରେ ମା’ଙ୍କର ମୃତଦେହ ପଡିଥିଲା। ତାଂକ ଦେହରେ ଘରର ଏକ ଚଦର ଘୋଡାଇ ଦିଆଆଇଥିଲା।
ଉଲଗ୍ନ ଅବସ୍ଥାରେ ତାଙ୍କ ମା’ ପଡ଼ିଥିବା ଦେଖିଥିଲେ। ତାଂକ ମା’ଙ୍କୁ ହୁଏତ ଦୁଷ୍କର୍ମ ପରେ ହତ୍ୟା କରାଯାଇଥାଇପାରେ ବୋଲି ପୁଅ ବିଶ୍ବଜିତ ସଂଦେହ କରିଛନ୍ତି। ତେବେ ମା’ ତାଂକର କାହାରି ଶତ୍ରୁ ନଥିବା ବେଳେ କାହିଁକି ତାଂକ ମା’ଙ୍କୁ ହତ୍ୟା କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଘଟଣା ସଂପର୍କରେ ମାଲକାନଗିରି ପୁଲିସ ଜାଣିବା ପରେ ଆଇଆଇସି ରିଗାନ କିଣ୍ଡୋ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବୃଦ୍ଧା ଇରା ଗୌସ୍ବାମୀଙ୍କୁ କାହିଁକି ହତ୍ୟା କରାଗଲା ପୁଲିସର ତଦନ୍ତ ପରେ ହିଁ ସବୁ ଗୁମର ଫିଟିବ ବୋଲି କୁହାଯାଇଛି।