ଅସହାୟ ବୃଦ୍ଧା ଉଦ୍ଧାର

ଅଙ୍ଗୁଳାଇ : ମାର୍ଶାଘାଇ ବ୍ଲକ ଅଙ୍ଗୁଳାଇ ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମର ସାବିତ୍ରୀ ଦାସ(୯୦)ଙ୍କୁ ପୁଲିସ ଅସହାୟ ଅବସ୍ଥାରେ ଉଦ୍ଧାର କରିଛି। ସ୍ୱାମୀ ଯଦୁମଣିଙ୍କ ମୃତ୍ୟୁ ପରେ ବୃଦ୍ଧା ଜଣଙ୍କ ଝିଅ ଖୁଲଣା ଓ ଘରଜ୍ୱାଇଁ ଭାବେ ରହୁଥିବା ଶତ୍ରୁଘ୍ନଙ୍କ ପାଖରେ ରହି ଆସୁଥିଲେ। ତେବେ ସାବିତ୍ରୀଙ୍କୁ ନିର୍ଯାତନା ଦିଆଯିବା ସହ ଶିକୁଳିରେ ବାନ୍ଧି ଏକ ଚାଳ ଘରେ ରଖାଯାଇଥିବା ସମ୍ପର୍କରେ ଗ୍ରାମବାସୀଙ୍କଠାରୁ ସୂଚନା ପାଇ ଆମ ପ୍ରତିନିଧି ପୁଲିସକୁ ଜଣାଇଥିଲେ। ସଦର ଥାନା ଅଧିକାରୀ କାବୁଲି ବାରିକଙ୍କ ନିର୍ଦ୍ଦେଶରେ ଏଏସ୍‌ଆଇ ରଙ୍ଗବଲ୍ଲଭ ସ୍ୱାଇଁ ଅନ୍ୟ କର୍ମଚାରୀଙ୍କୁ ସହ ଘଟଣାସ୍ଥଳରେ ପହଞ୍ଚି ସରପଞ୍ଚଙ୍କ ପ୍ରତିନିଧି ମାଧବାନନ୍ଦ ପାତ୍ରଙ୍କ ସହାୟତାରେ ବୃଦ୍ଧାଙ୍କୁ ଉଦ୍ଧାର କରିଥିଲେ। ବୃଦ୍ଧାଙ୍କୁ ଉଦ୍ଧାର କରି ତାଙ୍କ ସାନ ନାତି ନିରୋଦ ଦାସ ଏବଂ ନାତୁଣୀ ବୋହୂ ଅମ୍ରିତା ଦାସଙ୍କ ହେପାଜତରେ ରଖାଯାଇଛି।

ସମ୍ବନ୍ଧିତ ଖବର