ହାତରେ ଅକ୍ସିଜେନ୍ ଥଳି ଧରି ଭୋଟ୍ ଦେବାକୁ ପହଞ୍ଚିଲେ ବୃଦ୍ଧା: ଅନ୍ୟମାନଙ୍କ ପାଇଁ ସୃଷ୍ଟି କଲେ ଉଦାହରଣ

ଭୁବନେଶ୍ବର: ଶନିବାର ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁମତଦାନ ଜାରି ରହିଛି। ଏପରି ସ୍ଥଳେ ଜଣେ ବୃଦ୍ଧା ମହିଳା ମତଦାନ ଅଧିକାର ସାବ୍ୟସ୍ତ କରିବା ନେଇ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ନାକରେ ଶ୍ୱାସନଳୀ । ହାତରେ ଅକ୍ସିଜେନ୍‌ ଥଳି ଧରି ସେ ଭୁବନେଶ୍ୱର ରାଜଭବନ ସ୍କୁଲ୍ ବୁଥ୍‌ରେ ‌ମତଦାନ କରିବାକୁ ପହଞ୍ଚିଥିଲେ। ଚାଲିବାକୁ କି କଥା କହିବାକୁ ବଳ ପାଉ ନ ଥିବା ସତ୍ତ୍ୱେ ନିଜ ମତଦାନ ଅଧିକାର ସାବ୍ୟସ୍ତ କରିବାକୁ ସେ ଆସିଥିଲେ।

ନିଜ ଅସୁସ୍ଥ ପତ୍ନୀଙ୍କୁ ଧରି ସକାଳୁ ଭୋଟ କେନ୍ଦ୍ରରେ ସୁରେନ ଝୁନଝୁନଵାଲା ପହଞ୍ଚିଥିଲେ। ତାଙ୍କ ପତ୍ନୀଙ୍କ ଶରୀର ପ୍ରାୟ ୨୫ ବର୍ଷ ହେବ ଅସୁସ୍ଥ ଅଛି। ସେ ଅକ୍ସିଜେନ ପାଇପ ସହାୟତାରେ ବଞ୍ଚିଛନ୍ତି। ଏହାସତ୍ତ୍ୱେ ଭୋଟ୍ ଦେବା ନେଇ ଆମେ ଖୁବ୍‌ ଉତ୍ସାହିତ ଅଛୁ। ତେଣୁ ସକାଳୁ ଭୋଟ ଦେବାକୁ କେନ୍ଦ୍ରକୁ ଆସିଛୁ। କାରଣ ନିଜ ଦେଶର ଭବିଷ୍ୟତ ଗଠନ ନିମନ୍ତେ ଆମେ ଠିକ୍‌ ନେତା ବାଛିବା ଉଚିତ। ଆମେ ସମସ୍ତେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଭୋଟ ଦେବା ଉଚିତ୍ ବୋଲି ସେ କହିଛନ୍ତି।

ନିଃଶ୍ୱାସ ନେବାରେ ବହୁତ କଷ୍ଟ ହେଉଛି। ଏହାସତ୍ତ୍ୱେ ନିଜ ମତାଧିକାର ସାବ୍ୟସ୍ତ କରିବାକୁ ଆସିଛି। କାରଣ ଏହା ମୋର ଅଧିକାର। ଭାରତର ପ୍ରତି ଜନସାଧାରଣ ନିଜ ମତାଧିକାର ସାବ୍ୟସ୍ତ କରିବା ଉଚିତ ବୋଲି ବୃଦ୍ଧାଜଣକ କହିଛନ୍ତି।

ସମ୍ବନ୍ଧିତ ଖବର