କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ମହକୁମା ଅନ୍ତର୍ଗତ ସଇଡ଼ାର ବଡ଼ କିଷାନପଡ଼ାରେ ଶୁକ୍ରବାର ବଜ୍ରପାତରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ପ୍ରାପ୍ତ ସୂଚନାନୁସାରେ ପଡ଼ାର ପରୀ ବଳୁଆ (୬୦) ଆଜି ଅପରାହ୍‌ଣ ପ୍ରାୟ ୩ଟା ବେଳେ ନିଜ ବାଡ଼ିପଟେ ଥିବା ପାଇଖାନାକୁ ଶୌଚ ପାଇଁ ଯାଇଥିଲେ।

Advertisment

ଏହି ସମୟରେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ପରୀ ଗୁରୁତର ଭାବେ ଆହତ ହୋଇଥିଲେ। ପରିବାର ଲୋକେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ସନ୍ଧ୍ୟାରେ କୁଚିଣ୍ଡା ଡାକ୍ତରଖାନାକୁ ଆଣିଥିଲେ। ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ କୁଚିଣ୍ଡା ଥାନା ପୁଲିସ୍‌ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରିଛି। ଶନିବାର ବ୍ୟବଚ୍ଛେଦ ହେବ ବୋଲି ଜଣାପଡ଼ିଛି।