ସାମାନ୍ୟ ବଚସାକୁ ନେଇ ଯୁବକଙ୍କୁ ହତ୍ୟା, ବୃଦ୍ଧ ଗିରଫ

ଚମ୍ପୁଆ : ଚମ୍ପୁଆ ଥାନା କୋଦଗାଡ଼ିଆ ଗ୍ରାମରେ ସାମାନ୍ୟ ବଚସାକୁ‌ କେନ୍ଦ୍ରକରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃୃତକ ଜଣଙ୍କ ହେଲେ ଲିପୁନ ମହାନ୍ତ (୨୭)। ଏହି ଘଟଣାରେ ପୁଲିସ ଜଣେ ୬୦ ବର୍ଷୀୟ ବୃଦ୍ଧକୁ ଗିରଫ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, କୋଦଗାଡ଼ିଆ ଗ୍ରାମର ପୂର୍ଣ୍ଣଚନ୍ଦ୍ର ମହାନ୍ତଙ୍କ ପୁଅ ଲିପୁନ ଗତ ୬ ତାରିଖ ରାତି ପ୍ରାୟ ୮ଟା ସମୟରେ ଗାଁ ଛକକୁ ଯାଇଥିଲେ। ସେଠାରେ ସେହି ଗ୍ରାମର ଗୌରହରି ମହାନ୍ତଙ୍କ ସହ କୌଣସି କାରଣରୁ ଲିପୁନଙ୍କ ଝଗଡ଼ା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଗୌରହରି ଏକ ଧାରୁଆଅସ୍ତ୍ରରେ ଲିପୁନଙ୍କୁ ଆକ୍ରମଣ କରିଥିଲା। ତାଙ୍କ ଛାତି ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ପିକ୍‌ଅପ୍‌ ଭ୍ୟାନ୍‌ରେ ଚମ୍ପୁଆ ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଚମ୍ପୁଆ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ କରିବା ସହ ଅଭିଯୁକ୍ତ ଗୌରହରିକୁ ଗିରଫ କରିଛି।

ସମ୍ବନ୍ଧିତ ଖବର