ଆଖୁବାଡ଼ିରେ ନିଆଁ ଲଗାଉଥିଲେ, ଜଳିଗଲେ ବୃଦ୍ଧ

ରୁପ୍‌ସା : ଜଣେ ବୃଦ୍ଧ ବିଲକୁ ଯାଇଥିଲେ। ଅମଳ ସରିଥିବା ବେଳେ ଆଖୁବାଡ଼ିରେ ପଡ଼ିଥିବା ଶୁଖିଲାପତ୍ର ଓ ବର୍ଜ୍ୟଅଂଶରେ ନିଆଁ ଲଗାଉଥିଲେ। ହେଲେ ବିଧି ନିଷ୍ଠୁର ହେଲା। ନିଆଁ ଶୁଖିଲାପତ୍ର ଓ ବର୍ଜ୍ୟଅଂଶ ସହ ସଂପୃକ୍ତ ବୃଦ୍ଧଙ୍କୁ ବି ଜାଳିଦେଲା। ଏପରି ଏକ ହୃଦୟବିଦାରକ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ସିଂଲା ଥାନା ରଘୁନାଥପୁର ପଞ୍ଚାୟତ ଗିଲାଯୁଡ଼ି ଗ୍ରାମରେ।

ସୂଚନା ଅନୁସାରେ; ଗିଲାଯୁଡ଼ି ଗ୍ରାମର କାଳୀଚରଣ ଜେନା (୭୦) ନିଜ ବିଲରେ ଆଖୁ ଚାଷ କରିଥିଲେ। ତେବେ ପରବର୍ତୀ ଚାଷ ପାଇଁ ସେ ଆଜି ବିଲକୁ ସଫା କରିବାକୁ ଯାଇଥିଲେ। ଅମଳ ପରେ ସେଠାରେ ପଡ଼ିଥିବା ଶୁଖିଲାପତ୍ର ଓ ବର୍ଜ୍ୟ ଅଂଶରେ ନିଆଁ ଲଗାଉଥିଲେ। ତେବେ ସେଗୁଡ଼ିକ ଖରାରେ ଶୁଖି ରହିଥିବା ବେଳେ ହଠାତ୍‌ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ଫଳରେ କାଳୀଚରଣ ନିଆଁ ଭିତରେ ଫସିଯାଇଥିଲେ। ଦେଖୁଦେଖୁ ନିଆଁ ଶୁଖିଲାପତ୍ର ଓ ବର୍ଜ୍ୟଅଂଶ ସହ ସଂପୃକ୍ତ ବୃଦ୍ଧଙ୍କୁ ବି ଜାଳିଦେଇଥିଲା।

ସମ୍ବନ୍ଧିତ ଖବର