କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲାର ତୁରେକେଲା ଥାନା ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଥିବାର ଖବର ମିଳିଛି |
ମିଳିଥିବା ସୂଚନା ଅନୁଯାୟୀ, ତୁରେକେଲା ଥାନା ଅନ୍ତର୍ଗତ ବଗବାହାଲ ଜଙ୍ଗଲ ପାଖରେ ଥିବା ପଖନମୁଣ୍ଡା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ମୃତ ବୃଦ୍ଧଜଣକ ହେଲେ ଲକ୍ଷ୍ମଣ ମାଝୀ । ଲକ୍ଷ୍ମଣ ତାଙ୍କ ଘର ପାଖ ପୋଖରୀକୁ ରାତି ଶୌଚ ଯାଇ ଫେରୁଥିବା ସମୟରେ ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ହାତୀ ତାଙ୍କୁ କଚାଡ଼ି କଚାଡ଼ି ଗୁରୁତର କରି ସେଠାରୁ ଚାଲି ଯାଇଥିଲା ।/sambad/media/post_attachments/wp-content/uploads/2020/01/turekela.jpg)
ବୃଦ୍ଧଙ୍କର ଚିତ୍କାର ଶୁଣି ଘଟଣାସ୍ଥଳରେ ଘର ଲୋକ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଣ୍ଟାବାଞ୍ଜି ଡାକ୍ତରଖାନାକୁ ନେଇ ଯାଇଥିଲେ । ହେଲେ ଡାକ୍ତର ଲକ୍ଷ୍ମଣ ମାଝୀଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ସେହି ଗାଁର ଜଗତରାମ ମାଝୀ ଘର ଦେଇ ହାତୀ ଯାଉଥିବା ସମୟରେ ଏତେ ରାତି କିଏ ବାହାରେ ଅଛି ବୋଲି ବାହାରିବା ପରେ ହାତୀ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲା ।ଏହା ଫଳରେ ସେ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ଜଗତରାମ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।
ଘଟଣା ସଂପର୍କରେ ଖବର ପାଇ ବନ ବିଭାଗ ଗାଁକୁ ଯାଇ ତଦନ୍ତ କରି ଫେରିଛି । ନିୟମ ମୁତାବକ ଯାହା କ୍ଷତିପୂରଣ ଦେବା କଥା ଦିଆଯିବ ଏବଂ ହାତୀକୁ ଘଉଡ଼ାଇବାର ଚେଷ୍ଟା ଜାରି ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/01/Elephant-Kills-a-Old-Man_Thumbnail.jpg)