କେନ୍ଦୁଝର: କେନ୍ଦୁଝର ସଦର ଥାନା ଅନ୍ତର୍ଗତ କାଠବାରୀ ପଞ୍ଚାୟତ କାଠବାରୀ ଗ୍ରାମରେ ଆମ୍ବଗଛ ଡାଳ ଭାଙ୍ଗି ପଡ଼ିବାରୁ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ କଳାକାର ନାଏକ (୬୫)। ଗତକାଲି ପୂର୍ବାହ୍ନ ୧୦ଟା ବେଳେ କଳାକାର ଗାଈ, ଛେଳି ଚରାଇବାକୁ ଯାଇଥିଲେ। ଥକା ମେଣ୍ଟାଇବା ପାଇଁ ଆମ୍ବଗଛ ମୂଳରେ ଆଶ୍ରୟ ନେଇଥିଲେ।
ପବନ ହେବାରୁ ଏକ ଶୁଖିଲା ଡାଳ ତାଙ୍କ ଉପରେ ପଡ଼ିଥିଲା। ମୁଣ୍ଡରେ ଶକ୍ତ ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ପ୍ରଥମେ ପାଟଣା ଡାକ୍ତରଖାନା ନେଇଥିଲେ। ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସଦର ଥାନା ପୁଲିସ ଶବ ଜବତ କରି କେସ୍ ନମ୍ବର ୧୫/୨୩ରେ ଏକ ମାମଲା ରୁଜୁ କରିଛି। ଶବ ବ୍ୟବଚ୍ଛେଦ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/dead-f.jpg)