କୁଲଡ଼ିହାରେ ବୃଦ୍ଧଙ୍କୁ କଚାଡ଼ି ମାରିଲା ହାତୀ

ନୀଳଗିରି : କିଛି ମାସ ଧରି ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ କୁଲଡ଼ିହା ଅଭୟାରଣ୍ୟରେ ହାତୀପଲ ବନାଞ୍ଚଳରୁ ବାହାରି ଜନବସତି ଭିତରେ ପଶୁଛନ୍ତି। ‌ଘର ଭାଙ୍ଗିବା ସହ ବିଭିନ୍ନ ପ୍ରକାର ଫସଲ ମଧ୍ୟ ନଷ୍ଟ କରୁଛନ୍ତି। ସୂଚନା ଅନୁସାରେ, ବରହମପୁର ଥାନା ଅଧୀନ ଜାମୁନା ଗ୍ରାମର ଶତ୍ରୁଘନ ସାସମଲଙ୍କ ପୁଅ ରାମଚନ୍ଦ୍ର (୫୫) ଆଜି ସକାଳେ ଜାଳେଣି କାଠ ଆଣିବା ପାଇଁ କୁଲଡ଼ିହା ଅଭୟାରଣ୍ୟର କଇମହୁଡ଼ି ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ତାଙ୍କୁ ଶୁଣ୍ଢରେ ଟେକି ନେଇ ତଳେ କଚାଡ଼ିଥିଲା। ଫଳରେ ରାମଚନ୍ଦ୍ରଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଜଙ୍ଗଲକୁ ଯାଇଥିବା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ନୀଳଗିରି ମେଡିକାଲ୍‌କୁ ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର