ଆନନ୍ଦପୁର : ବୃଦ୍ଧାଙ୍କୁ କଚାଡ଼ି ମାରିଲା ହାତୀ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲାରେ ହାତୀ ଆକ୍ରମଣରେ ପୁଣି ଏକ ଜୀବନ ଯାଇଛି। ଆଜି ସନ୍ଧ୍ୟାରେ ଆନନ୍ଦପୁର ବ୍ଲକ କାଦବାହାଳି ମୁଣ୍ଡାସାହିରେ ହାତୀ ଜଣେ ବୃଦ୍ଧାଙ୍କୁ କଚାଡ଼ି ମାରି ଦେଇଛି।

ମୃତ ବୃଦ୍ଧା ହେଲେ ମୁଣ୍ଡାସାହିର ଚନ୍ଦୁରୀ ମୁଣ୍ଡା(୭୨)। ଆଜି ସନ୍ଧ୍ୟାରେ କାଦବାହାଳି ଅଞ୍ଚଳରେ ହାତୀ ଉତ୍ପାତ ଚଳାଇଥିଲେ। ଏହି ସମୟରେ ଚନ୍ଦୁରୀ ଘରୁ ବାହାରକୁ ବାହାରିଥିଲେ। ତାଙ୍କୁ ଏକ ହାତୀ ଶୁଣ୍ଢରେ ଭିଡ଼ିନେଇ ଦଳି ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଖବରପାଇ ଜଙ୍ଗଲ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଲୋକମାନେ ବାଜା ବଜାଇ, ବାଣଫୁଟାଇ ହାତୀକୁ ଘଉଡ଼ାଇବାକୁ ଉଦ୍ୟମ କରୁଥିଲେ ବି ସକ୍ଷମ ହୋଇନାହାନ୍ତି। ହାତୀଙ୍କ ଉତ୍ପାତରେ କାଦବାହାଳି ତଥା ଆଖପାଖ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।

ସମ୍ବନ୍ଧିତ ଖବର