ପୁରୁଷୋତ୍ତମପୁର : ଗଣ୍ଡରେ ପଡ଼ି ବୃଦ୍ଧଙ୍କ ଜୀବନ ଗଲା

ପୁରୁଷୋତ୍ତମପୁର : ପୁରୁଷୋତ୍ତମପୁର ଥାନା ବାଲିଆ ଗ୍ରାମର ମଦନ ବେହେରା(୬୫) ଋଷିକୁଲ୍ୟା ନଦୀ ପଥରଘାଇ ଗଣ୍ଡ ନିକଟରେ ପଡ଼ି ପ୍ରାଣ ହରାଇଛନ୍ତି। ସବୁଦିନ ଭଳି ମଦନ ଆଜି ମଧ୍ୟ ‌ଭୋରରେ ଋଷିକୁଲ୍ୟା ନଦୀ ପଥରଘାଇ ଗଣ୍ଡ ନିକଟକୁ ଗାଧୋଇବାକୁ ଯାଇଥିଲେ। କିନ୍ତୁ ଅସାବଧାନତାବଶତଃ ତାଙ୍କର ଗୋଡ଼ ଖସି ଯାଇଥିଲା। ପରିବାର ଲୋକଙ୍କ ସୂଚନା କ୍ରମେ ପୁରୁଷୋତ୍ତମପୁର ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ମଦନଙ୍କୁ ଉଦ୍ଧାର କରିଥିଲା। ପରେ ତାଙ୍କୁ ପୁରୁଷୋତ୍ତମପୁର ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ଏଏସ୍ଆଇ ପଦ୍ମନାଭ ଗୌଡ଼ ଘଟଣାର ତଦନ୍ତ କରୁଛନ୍ତି। ମୃତକଙ୍କ ପୁଅ ଭାବଙ୍କ ଏତଲା କ୍ରମେ କେସ୍ ନମ୍ବର ୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର