ଗଛ ଉପରୁ ଲମ୍ଫ ମାରିଲା ଭାଲୁ : ଆକ୍ରମଣରେ ଲହୁଲୁହାଣ ହେଲେ ବୃଦ୍ଧ

କେନ୍ଦୁଝର :ଭାଲୁ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ତୁରୁମୁଙ୍ଗା ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ରଘୁନାଥ ମହାନ୍ତ ଆଜି ସକାଳେ ଗାଁ ମୁଣ୍ଡକୁ ଆସିଥିଲେ। ଏହି ସମୟରେ ଏକ ଭାଲୁ ନିକଟସ୍ଥ ବରକୋଳି ଗଛରେ ଚଢି କୋଳି ଖାଉଥିଲା। ଭାଲୁଟି ଗଛ ଉପରେ ଥିବା ସଂପର୍କରେ ଜାଣିପାରିନଥିଲେ ରଘୁନାଥ। ଗଛମୂଳରେ ସେ ପହଞ୍ଚିବା କ୍ଷଣି ଭାଲୁଟି ଗଛରୁ ଡେଇଁ ତାଙ୍କୁ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ନିକଟରେ ଥିବା ଲୋକମାନେ ଆସିବାରୁ ଭାଲୁଟି ଜଂଗଲକୁ ପଳାଇଥିଲା। ଗୁରୁତର ଅବସ୍ଥାରେ ରଘୁନାଥଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର