ରାସଗୋବିନ୍ଦପୁର/ମାଣିଦା : କାଳ ହେଲା ଫୁଟବଲ୍ ଖେଳ ଦେଖିବା ନିଶା। ଖେଳ ଦେଖି ଫେରିବା ବାଟରେ ହାତୀ ପାଦ ତଳେ ପଡ଼ି ଜଣେ ବୃଦ୍ଧଙ୍କ ଜୀବନ ଗଲା। ଘଟଣା ଘଟିଛି ମୟୂରଭଞ୍ଜର ରାସଗୋବିନ୍ଦପୁର ବ୍ଲକ୍ରେ।
ଏହି ବ୍ଲକ୍ର ସାରୁମୂଳା ପଞ୍ଚାୟତର ଭାଲିଆପଦାଠାରେ ଚାଲିଥିଲା ଫୁଟ୍ବଲ ଖେଳ। ଫୁଟ୍ବଲ ଖେଳର ଜଣେ ମୁଗ୍ଧ ଦର୍ଶକ ଭାବେ ଖେଳ ଦେଖିବାକୁ ଆଗ୍ରହର ସହ ଯାଇଥିଲେ ସାରୁମୂଳା ଗ୍ରାମର ବୃଦ୍ଧ ଶ୍ରୀକାନ୍ତ ବେହେରା(୬୯)। ଶେଷ ଯାଏ ଖେଳ ବି ଦେଖିଲେ। ତେବେ ଫେରିବା ବେଳକୁ ସନ୍ଧ୍ୟା ହୋଇ ଆସୁଥିବାରୁ କମ ବାଟ ପଡ଼ିବ ବୋଲି ସାରୁମୂଳା ଜଙ୍ଗଲ ଭିତରେ ଘରକୁ ଫେରୁଥିଲେ। ବାଟରେ ଏକ ଦନ୍ତା ହାବୁଡ଼ରେ ପଡ଼ିଯାଇଥିଲେ। ଦନ୍ତାଟି ଶ୍ରୀକାନ୍ତଙ୍କୁ ଶୁଣ୍ଢରେ ଟେକିନେଇ ପାଦରେ ଦଳି ଦେଇଥିଲା। ଖବର ପାଇ ବନ କର୍ମଚାରୀ ଏବଂ ଦମକଳ ବାହୀନି ଜଙ୍ଗଲରେ ଖୋଜାଖାଜି କରି ମୃତଦେହ ଉଦ୍ଧାର କରିଥିଲେ। ପୁଲିସ ଶବ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏ ନେଇ ଏକ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/elephant_killed_young_man_1518102381-750x430.jpeg)