ଆନନ୍ଦପୁର : ବତକ ପାଇଁ ଢେଲା ମାରି ବୃଦ୍ଧଙ୍କୁ ହତ୍ୟା

ଆନନ୍ଦପୁର : ବତକ ମାରି ଖାଇବାକୁ କେନ୍ଦ୍ରକରି ଜଣେ ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରାଞ୍ଚଳ ୧୫ ନମ୍ବର ୱାର୍ଡ ଝାଡ଼େଶ୍ବର ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରାମ ନାଇକ (୬୦)। ଏନେଇ ମୃତକଙ୍କ ପରିବାର ପକ୍ଷରୁ ଘସିପୁରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ଅନୁସାରେ, ରାମ ନାଇକ ରଖିଥିବା ଏକ ବତକକୁ ଗତକାଲି କେହି ମାରି ଖାଇ ଦେଇଥିଲା। ସାହିର ରବି ମୁର୍ମୁ ବତକ ମାରି ଖାଇଥିବା ରାମ ଶୁଣିବାକୁ ପାଇଥିଲେ। ଏନେଇ ସେ ରବିକୁ ପଚାରିବାରୁ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ରାତି ପ୍ରାୟ ସାଢ଼େ ୧୦ଟା ସମୟରେ ରାମ ପଡ଼ିଆକୁ ଶୌଚ ହେବାକୁ ଯାଇଥିବାବେଳେ ରବି ନିଜ କ୍ରୋଧ ପ୍ରକଟ କରି ତାଙ୍କ ଉପରକୁ ଢେଲା ମାଡ଼ କରିଥିଲା। ଏଥିରେ ଗୁରୁତର ଆହତ ହେବାରୁ ରାମଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଅଭିଯୁକ୍ତ ରବି ଫେରାର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର