ଯୋଡା : ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧାଙ୍କୁ ଘରୁ ଡାକିନେଇ ଟାଙ୍ଗିଆରେ ଅତି ବୀଭତ୍ସ ଭାବେ ହାଣି ହତ୍ୟା କରିବାପରେ ଜଙ୍ଗଲରେ ଶବକୁ ପୋତି ଦେଇଛନ୍ତି। ବାମେବାରୀ ଥାନା ଜାମିତାର ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାମେବାରୀ ଥାନା ଅନ୍ତର୍ଗତ ଜାମିତାର୍ ଗ୍ରାମରେ ରୁହନ୍ତି ମାନସିଂ ମୁଣ୍ତା(୫୫)। ଗତକାଲି ବିଳମ୍ବିତ ରାତିରେ ୩ଜଣ ଦୁର୍ବୃତ୍ତ ତାଙ୍କ ଘର ନିକଟକୁ ଆସି ଡାକିଥିଲେ। ତାଙ୍କୁ ସେମାନେ ଜାମତିରା ଜଙ୍ଗଲକୁ ଡାକି ନେଇଥିଲେ। ପୂର୍ବ ପ୍ରସ୍ତୁତି ଅନୁଯାୟୀ ସେଠାରେ ସେମାନେ ମାନସିଂଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ପରେ ଗାତ ଖୋଳି ପୋତି ଦେଇଥିଲେ। ଘଟଣା ସମ୍ପର୍କରେ ଆଜି ମାନସିଂଙ୍କ ପୁଅ ଟୁଙ୍ଗୁ ମୁଣ୍ଡା ବାମେବାରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯୋଡାଥାନା ଆଇଆଇସି ରାଇସେନ ମୁର୍ମୁ, ବାମେବାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଅମିତାଭ ଦାସ ଘଟଣାସ୍ଥଳରେ ପହଞ୍ଚି ଗାତ ଖୋଳି ତାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛନ୍ତି।
ଅଭିଯୋଗ ଆଧାରରେ ପୁଲିସ ୧୦୪/୨୦ରେ ଏକ ହତ୍ୟା ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିବାବେଳେ ଅନ୍ୟ ୨ଜଣ ଫେରାର ହୋଇ ଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/murder-640x430-1.jpg)