କରୋନାରେ ଆକ୍ରାନ୍ତ ବୃଦ୍ଧା କିରୋସିନ ଢାଳି ହୋଇ ଆତ୍ମହତ୍ୟା

ନିମାପଡ଼ା : ସ୍ଥାନୀୟ ଏନ.ଏ.ସି ଅନ୍ତର୍ଗତ ଜଇନାବାଦରେ ଜଣେ ୮୭ ବର୍ଷ ବୟସ୍କା ବୃଦ୍ଧା କରୋନାରେ ଆକ୍ରନ୍ତ ହୋଇ ଘରେ ନିସଙ୍ଗ ଭାବେ ରହିଥିଲେ। ତାଙ୍କ ନିକଟ ସମ୍ପକୀୟମାନେ ବୃଦ୍ଧାଙ୍କୁ ଚିକିତ୍ସା ଏବଂ ଖାଦ୍ୟ ଦେବାରେ ଅବହେଳା କରୁଥିବା ପାଖ ଲୋକମାନେ କହିଛନ୍ତି। ଆଜି
ରାତିରେ ବୃଦ୍ଧା ଘର ଭିତରପଟୁ କବାଟ କିଳି ଦେହରେ କିରୋସିନ ଢାଳିହୋଇ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ସୁଚନା ମିଳିଛି।

ମୃତ୍ୟୁ ହୋଇଥିବା ମହିଳାଙ୍କ ନାମ ଶୈଳବାଳା। କରୋନା ଆକ୍ରାନ୍ତ ଥିବା ବୃଦ୍ଧା ଆତ୍ମହତ୍ୟାର ଖବରପାଇ ନିମାପଡ଼ା ପୁଲିସ ଏବଂ ନିଆଁ ଲିଭାଳି ଦଳ ଘଟଣାସ୍ଥଳକୁଯାଇ ତଦନ୍ତ କରିଛନ୍ତି। ମୃତ ମହିଳାଙ୍କ ଶବକୁ ଜିଲାପ୍ରଶାସନ ସାହାଯ୍ୟରେ ସତ୍କାର ପାଇଁ ପୁରୀ ନିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର