ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡରେ ଏକ ବଣୁଆ ଦନ୍ତା ହାତୀ ଜଣେ ବୃଦ୍ଧାଙ୍କୁ ଦଳି ଦେଇଥିବା ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, ଗତକାଲି ରାତିରେ ପାଟଣାଗଡ଼ ଉପଖଣ୍ଡ ଅନ୍ତର୍ଗତ ଖପ୍ରାଖୋଲ ବ୍ଲକ ଭାନପୁର୍ ଗ୍ରାମପଞ୍ଚାୟତର ହନୁପାଲି ଗ୍ରାମରେ ଗତ ରାତିରେ ଏକ ବଣୁଆ ଦନ୍ତା ହାତୀ ପହଞ୍ଚିଥିଲା । ଗ୍ରାମରେ ଥିବା ଶ୍ରୀମୁଖ ବରିହାଙ୍କ ଘରେ ପଶି ଘର ଭାଙ୍ଗି ଦେଇଥିଲା। ଘରଭିତରେ ଥିବା ଚାଉଳ, ଧାନ ଓ ଅନ୍ୟ ସାମଗ୍ରୀ ଖାଇବା ସାମଗ୍ରୀ ଖାଇଥିବା ଜଣାପଡ଼ିଛି।
ଘର ଭାଙ୍ଗିବା ଜାଣି ଶ୍ରୀମୁଖ ବାହାରକୁ ଚାଲି ଯାଇଥିବା ବେଳେ ତାଙ୍କ ମାଆ ବେଲମତି ବରିହା(୯୦)ଙ୍କୁ ଘରୁ ବାହାର କରିବାରେ ଅସମର୍ଥ ହୋଇଥିଲେ। ଏହି ସମୟରେ ହାତୀ ଆକ୍ରମଣର ଶିକାର ହୋଇଥିଲେ ବେଲମତି। ହାତୀ ତାଙ୍କୁ ଦଳି ଦେଇ ଚାଲିଯାଇଥିଲା।
ଏହାପରେ ବେଲମତିଙ୍କୁ ପ୍ରଥମେ ଖପ୍ରାଖୋଲ ଡାକ୍ତରଖାନା ଓ ପରେ ପାଟଣାଗଡ଼ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ବେଲମତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଆଜି ସକାଳୁ ଖପ୍ରାଖୋଲ ରେଞ୍ଜର ଶ୍ରୀବତ୍ସ କୁମୁଡା ଘଟଣାସ୍ଥଳରେ ପହଞ୍ଚିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/old.jpg)