ପୁରୀ : ଶ୍ରୀଗୁଣ୍ଡିଚା ମନ୍ଦିରରେ ଆଜି ମହାପ୍ରଭୁଙ୍କ ଦର୍ଶନ କରି ଫେରିବା ପରେ କୋଲକତା ଅଞ୍ଚଳର ଜଣେ ବୃଦ୍ଧା ଶ୍ବାସରୁଦ୍ଧ ହୋଇ ପ୍ରାଣ ହରାଇଛନ୍ତି। ପ୍ରକାଶ ଯେ, କୋଲକାତା ସଲ୍ଟଲେକ୍ ଅଞ୍ଚଳର ନିଲ୍କ୍ରିଷ୍ଣ ପାଲ୍ଙ୍କ ପତ୍ନୀ ପ୍ରୀତିପୂର୍ଣ୍ଣା ପାଲ୍ (୭୪) ସପରିବାର ମହାପ୍ରଭୁଙ୍କ ଦର୍ଶନ କରିବା ପାଇଁ ପୁରୀ ଆସିଥିଲେ। ଆଜି ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ପ୍ରୀତିପୂର୍ଣ୍ଣା ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇ ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ନାକଚଣା ଦ୍ବାର ଦେଇ ସିଂହଦ୍ବାର ନିକଟକୁ ଆସିଥିଲେ। ଏହି ସମୟରେ ଅଣନିଃଶ୍ବାସୀ ହୋଇ ସେ ତଳେ ପଡ଼ିଯାଇଥିଲେ। ଆଶୁ ଚିକିତ୍ସା ପରେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କୁମ୍ଭାରପଡ଼ା ଥାନା ପୁଲିସ ଡାକ୍ତରଖାନାରେ ପହଞ୍ଚି ପ୍ରୀତିପୂର୍ଣ୍ଣାଙ୍କର ଶବ ଜବତ କରିଥିବା ବେଳେ ଖବର ପାଇ ତାଙ୍କ ପୁଅ କୋଲକାତାରୁ ଆସୁଥିବା ଜଣାପଡ଼ିଛି।
ମହାପ୍ରଭୁଙ୍କ ଦର୍ଶନ ପରେ ଟଳିପଡ଼ିଲେ ବୃଦ୍ଧା
/sambad/media/post_attachments/wp-content/uploads/2019/07/dead-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)