କଟକ : କଟକ ଦୋଳମୁଣ୍ଡାଇ ବିଜ୍ଞାନପୁରୀ ନିବାସୀ ମହିୟସୀ ମହିଳା କବୟିତ୍ରୀ ପ୍ରେମଲତା ମହାନ୍ତିଙ୍କର ଗତ ୫ ତାରିଖରେ ୧୦୧ ବର୍ଷ ବୟସରେ ପରଲୋକ ଘଟିଛି। ତାଙ୍କ ରଚିତ ଛନ୍ଦ କବିତା ପୁସ୍ତକ ନବ କୁମାରୀ କୂଳ ବେଶ ପାଠକାଦୃତ ହୋଇ ପାରିଥିଲା। ୧୯୨୦ ମସିହା ଏପ୍ରିଲ ୧ ତାରିଖରେ ଢେଙ୍କାନାଳ ଜିଲ୍ଲାର ସାରଙ୍ଗପୁର ଗ୍ରାମରେ ସେ ଜନ୍ମ ନେଇଥିଲେ। ୧୯୩୮ ମସିହାରେ ରାଜ୍ୟର ସୁନାମଧନ୍ୟ ଚିକିତ୍ସକ ଡାକ୍ତର ଜୟକୃଷ୍ଣ ମହାନ୍ତିଙ୍କୁ ସେ ବିବାହ କରିଥିଲେ। ୧୯୯୪ ମସିହାରେ ଡାକ୍ତର ମହାନ୍ତିଙ୍କ ପରଲୋକ ହୋଇଥିଲା। ଏହା ପରେ ପ୍ରେମଲତା ଏକାକୀ ଅନୁଭବ ନକରି ନିଜକୁ ସମାଜସେବା କାର୍ଯ୍ୟରେ ନିୟୋଜିତ କରିଥିଲେ। ସେ ବିଭିନ୍ନ ଧର୍ମାନୁଷ୍ଠାନ ଓ ଅନାଥଶ୍ରମ ସହ ଜଡିତ ଥିଲେ। ନିଜର ଅନାବିଳ ସ୍ନେହ ମମତା ଓ ମିଠା କଥାରେ ପୁରା ପରିବାର ଓ ବନ୍ଧୁବାନ୍ଧବଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିଥିଲେ ପ୍ରେମଲତା। ବୟସର ସାୟାହ୍ନରେ ମଧ୍ୟ ସେ ଏକ ଜୀବନ୍ତ ଅଭିଧାନ ଥିଲେ। ସ୍ୱର୍ଗତ ପ୍ରେମଲତା ମହାନ୍ତିଙ୍କର ପାଞ୍ଚ ଝିଅ, ଗୋଟିଏ ପୁଅ, ଚାରି ଜ୍ୱାଇଁ ଓ ଅନେକ ନାତି ନାତୁଣୀ ଅଛନ୍ତି। ସମସ୍ତେ ସମାଜରେ ନିଜ ନିଜ କ୍ଷେତ୍ରରେ ସୁପ୍ରତିଷ୍ଠିତ ହୋଇ ପାରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କ ନିକଟରେ ବଡ଼ଝିଅ ଡାକ୍ତର ଦୀପିକା ମହାନ୍ତି ଉପସ୍ଥିତ ଥିଲେ।
ଶତାୟୁ ମହିଳାଙ୍କ ପରଲୋକ
/sambad/media/post_attachments/wp-content/uploads/2021/05/woman-a.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)