ବ୍ରହ୍ମପୁର : ଗଞ୍ଜାମ ବ୍ଲକ୍‌ ଋଷିକୁଲ୍ୟା ମୁହାଣରେ ପ୍ରକୃତିର ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଗଣଅଣ୍ଡାଦାନ ଚାଲିଛି। ଗତ ୨୩ ତାରିଖରୁ ଆରମ୍ଭ ହୋଇଥିବା ଗଣଅଣ୍ଡାଦାନରେ ଲକ୍ଷାଧିକ କଇଁଛ ସାମିଲ୍‌ ହୋଇଛନ୍ତି। ଆଜି ସକାଳ ସୁଦ୍ଧା ମୋଟ ୪ ଲକ୍ଷ ୬୫ ହଜାର କଇଁଛ ଅଣ୍ଡାଦାନ କରିଛନ୍ତି। ଏହି ସଂଖ୍ୟା ୫ ଲକ୍ଷ ‌ଟପିବ ବୋଲି ଅନୁମାନ କରାଯାଉଛି।

Advertisment

ଗଞ୍ଜାମ ବ୍ଲକ୍‌ର ପୋଡ଼ମପେଟାରୁ ବଟେଶ୍ବର ପର୍ଯ୍ୟନ୍ତ ସୃଷ୍ଟି ହୋଇଥିବା ବାଲୁକାଶଯ୍ୟାରେ କଇଁଛ ଅଣ୍ଡାଦାନ କରୁଛନ୍ତି। ଗତକାଲି ସନ୍ଧ୍ୟାରୁ ଆଜି ସକାଳ ୬ଟା ପର୍ଯ୍ୟନ୍ତ ମୋଟ ୧ ଲକ୍ଷ ୪୦ ହଜାର କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ୍‌ ହୋଇଥିଲେ। ଗତ ୨୨ତାରିଖରୁ ଆଜି ପର୍ଯ୍ୟନ୍ତ ମୋଟ ୪ ଲକ୍ଷ ୬୫ ହଜାର କଇଁଛ ଅଣ୍ଡାଦାନ କରିଥିବା ବ୍ରହ୍ମପୁର ଡିଏଫ୍‌ଓ ଅମ୍ଳାନ ନାୟକ ସୂଚନା ଦେଇଛନ୍ତି। ଗତବର୍ଷ ପ୍ରାୟ ସାଢ଼େ ୫ଲକ୍ଷ କଇଁଛ ଗଣଅଣ୍ଡାଦାନ କରିଥିବା ବେଳେ ଚଳିତବର୍ଷ ଏହି ରେକର୍ଡ ଭାଙ୍ଗିବ ବୋଲି ଅନୁମାନ କରାଯାଉଛି।