କେନ୍ଦ୍ରାପଡା: ରାଜକନିକା ଗହୀରମଥାରେ ନୂଆ ଅତିଥିଙ୍କ ଭିଡ଼ । ବଂଶ ବୃଦ୍ଧି କରିବାକୁ ଗହୀରମଥାରେ ପହଞ୍ଚିଛନ୍ତି ହଜାର ହଜାର ଅଲିଭରିଡ଼ଲେ କଇଁଛ । ଏମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା କରିଛି ବନବିଭାଗ । ଏମାନଙ୍କ ସୁରକ୍ଷା ପାଇଁ ବନବିଭାଗ ତରଫରୁ ୧୬ଟି କ୍ୟାମ୍ପ କରାଯିବା ସହ ୫୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କଇଁଛ ଆଗମନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ବନବିଭାଗ, ତଟରକ୍ଷୀ ବାହିନୀ, ସାମୁଦ୍ରିକ ଥାନା ପକ୍ଷରୁ ପଇଁତରା କଡ଼ାକଡ଼ି କରାଯାଉଛି ।
photo-Tripsaround.inଏହା ସହ ବାବୁବାଲି ଓ ଅଗରନାଶୀରେ ୨ଟି ଅସ୍ଥାୟୀ କ୍ୟାମ୍ପ କରାଯିବା ସହ ସମୁଦ୍ର ମଧ୍ୟରେ ପଇଁତରା ମାରିବା ପାଇଁ ୨ଟି ସ୍ପିଡ଼ ବୋଟ ମଧ୍ୟ ରଖାଯାଇଛି ।
୧୯୭୫ ମସିହାରୁ ଗହୀରମଥା ଉପକୂଳରେ ୧୦ ମାଇଲ ଶର୍ଯ୍ୟାରେ ଏହି ବିରଳ ବିଦେଶୀ କଇଁଛମାନଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଦୃଷ୍ଟି ଗୋଚର ହୋଇଥିଲା । ସେବେଠାରୁ ଅଲିଭରିଡ଼ଲେଙ୍କ ଆଗମନକୁ ଆଖି ଆଗରେ ରଖି ସେମାନଙ୍କ ସୁରକ୍ଷା ପାଇଁ ସେଠାରେ ବର୍ଷ ତମାମ ମାଛ ମାରିବା ବ୍ୟାନ କରାଯାଇଥିଲା । ୧୯୯୭ ମସିହାରେ ସରକାର ଗହୀରମଥାକୁ ପ୍ରଥମ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/2018040228-no4hwjaibtcvtdc3h0kkp7tsefk71x8ufydshtmf0q.jpg)