୪ର୍ଥ ଦିନରେ ୧୦ ଲକ୍ଷ କଇଁଛ ଛୁଆ ସମୁଦ୍ର ମୁହାଁ

ଗଂଜାମ : ଗଂଜାମ ଋଷିକୁଲ୍ୟା ମୁହାଣ-ପୁରୁଣାବନ୍ଧ ଠାରୁ କଣ୍ଟିଆଗଡ଼ ୪ କିମି ସମୁଦ୍ର ଉପକୂଳରେ ୨ ମାସ ପୂର୍ବେ ଅଲିଭ୍‌ ରିଡ୍‌ରେ ଅଣ୍ଡାଦାନ କରିଥିଲେ। ଉକ୍ତ ଅଣ୍ଡାରୁ ଛୁଆ ଫୁଟିବା ୪ର୍ଥ ଦିନରେ ପହଞ୍ଚିଛି। ଆଜି ରେକର୍ଡ ସଂଖ୍ୟା ପ୍ରାୟ ୧୦ ଲକ୍ଷ ଛୁଆ ସମୁଦ୍ର ମୁହାଁ ହୋଇଛନ୍ତି। ପାଗ ପ୍ରତିକୁଳ ସାଙ୍ଗକୁ ତାପ ବୃଦ୍ଧି ବାଲିରେ ପୋତି ହୋଇଥିବା ଲକ୍ଷ ଲକ୍ଷ ଅଣ୍ଡାରୁ ଛୁଆ ଫୁଟିବା ଆରମ୍ଭ ହୋଇଛି। ଏଭଳି ଆହୁରି ତିନିରୁ ଚାରିଦିନ ଏଭଳି ପରିସ୍ଥିତି ଲାଗି ରହିବ ବୋଲି କୁହାଯାଉଛି। ସାଧାରଣତଃ ଅଲିଭ୍‌ ରିଡ୍‌ଲେ ନଭେମ୍ବରରୁ ଡ଼ିସେମ୍ବରରେ ମୁହାଣକୁ ଆସି ଅଣ୍ଡା ଦେଇ ଫେବ୍ରୁଆରିରେ ସମୁଦ୍ରକୁ ଚାଲିଯାଆନ୍ତି। ଅଣ୍ଡା ଦେବାରୁ ୪୫ ଦିନ ମଧ୍ୟରେ ଏଥିରୁ ଛୁଆ ଫୁଟିବା ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର