ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ : ୧୮ ବର୍ଷର ରେକର୍ଡ ଟପିଲା

ରାଜନଗର :ଗହୀରମଥାରେ ଅଲିଭରିଡଲେଙ୍କ ଗଣଅଣ୍ଡାଦାନରେ ୧୮ ବର୍ଷର ରେକର୍ଡ ଟପିଛି। ୨୦୦୦-୨୦୦୧ ମସିହା ପରେ ଚଳିତବର୍ଷ ସର୍ବାଧିକ ଅଲିଭ୍‌ରିଡ୍‌ଲେ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି। ଗହୀରମଥା ଇତିହାସରେ ଏହା ୩ୟ ସର୍ବାଧିକ ଗଣଅଣ୍ଡାଦାନ ବୋଲି ଜଣାପଡିଛି।

୧୯୯୯ ମହାବାତ୍ୟା ପରେ ୧୯୯୯-୨୦୦୦ରେ ୭ଲକ୍ଷ ୧୧ ହଜାର ୫ଶହ ଓ ୨୦୦୦-୨୦୦୧ରେ ୭ଲକ୍ଷ ୪୦ ହଜାର କଇଁଛ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିଲେ। ତା’ପରଠାରୁ ଗହୀରମଥାରେ ଅଲିଭ୍‌ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପକ୍ରିୟା ଆଶାତୀତ ଭାବେ ହ୍ରାସ ପାଇଥିଲା। ଚଳିତବର୍ଷ ଏର୍ପ୍ୟନ୍ତ ସୁଦ୍ଧା ୬ ଲକ୍ଷ ୬୨ ହଜାର ୩୨୦ ଅଲିଭରିଡଲେ ଗଣଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ୍‌ ହୋଇଛନ୍ତି। ଚଳିତ ମାସ ୫ ତାରିଖରେ ୨୦୦, ୬ ତାରିଖରେ ୫୬୪୦, ୭ ତାରିଖରେ ୧,୨୮,୦୦୦, ୮ ତାରିଖରେ୨,୧୬,୦୦୦, ୯ ତାରିଖରେ ୨,୨୩,୦୦୦ ୧୦ ତାରିଖରେ ୮୨ ହଜାର ୨୦୦, ୧୧ ତାରିଖରେ ୭ ହଜାର ୨୮୦ ଅର୍ଥାତ୍‌ ଗତ ୭ ଦିନରେ ୬,୬୨,୩୨୦ ଅଲିଭ୍‌ ରିଡ୍‌ଲେ ଗଣଅଣ୍ଡାଦାନ ପକ୍ରିୟାରେ ସାମିଲ ହୋଇଥିବା ଜଣାପଡ଼ିଛି। ଯାହାକି ଗହୀରମଥା ଇତିହାସରେ ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ କ୍ଷେତ୍ରରେ ତୃତୀୟ ସର୍ବାଧିକ ବୋଲି ଜଣାପଡିଛି।

ସମ୍ବନ୍ଧିତ ଖବର