କେନ୍ଦ୍ରାପଡ଼ା :  ଅଣ୍ଡାଦାନ ଲାଗି   ବିରଳ ଅଲିଭ୍‌ ରିଡ୍‌ଲେ କଇଁଛଙ୍କ ଆଗମନ ଆରମ୍ଭ ହୋଇଯାଇଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଗହୀରମଥାରେ ଅଲିଭ୍‌ ରିଡ୍‌ଲେ କଇଁଛ ପହଞ୍ଚିଥିବା ସୂଚନା ମିଳିବା ପରେ ବନ ବିଭାଗ ପକ୍ଷରୁ  ୭ମାସ ପାଇଁ ମାଛ ଧରା ଉପରେ  ପ୍ରତିବନ୍ଧକ ଲଗାଇ ଦିଆଯାଇଛି । ଏହି ପ୍ରତିବନ୍ଧକ ନଭେମ୍ବର ୧, ୨୦୧୯ରୁ ମେ’ ୩୧, ୨୦୨୦ପର୍ଯ୍ୟନ୍ତ ଲାଗୁ ହେବ । ବନ ବିଭାଗ ପକ୍ଷରୁ ଏ ନେଇ ମାଛ ଧରାଳୀମାନଙ୍କୁ ସୂଚନା ଦିଆଯାଇଛି । ଅଲିଭ୍‌ ରିଡ୍‌ଲେ କଇଁଛମାନେ ଅଣ୍ଡା ଦେବାକୁ ଥିବା ସ୍ଥାନରୁ ୨୦କିଲୋମିଟର ମଧ୍ୟରେ ମାଛ ନ ଧରିବାକୁ ମାଛ ଧରାଳୀମାନଙ୍କୁ ସତର୍କ କରାଯାଇଛି । କାରଣ ଅନେକ ସମୟରେ ଅଲିଭ୍‌ ରିଡ୍‌ଲେ କଇଁଛମାନେ ମାଛ ଧରାଳୀମାନଙ୍କ ଜାଲର ଶିକାର ହୋଇଥାନ୍ତି ।

Advertisment

ସୂଚନା ମୁତାବକ, ପ୍ରତିବର୍ଷ ଶୀତ ଆରମ୍ଭରୁ ଅଲିଭ୍‌ ରିଡ୍‌ଲେ କଇଁଛମାନଙ୍କର ଆଗମନ ହୋଇଥାଏ । ଋଷିକୁଲ୍ୟା ନଦୀ ମୁହାଣ ଓ ଗହୀରମଥା ସମୁଦ୍ର ଅଭୟାରଣ୍ୟକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଆସି ସେମାନେ ଅଣ୍ଡା ଦେଇଥାନ୍ତି । ତେବେ ଅଲିଭ୍‌ ରିଡ୍‌ଲେଙ୍କ ପାଇଁ ଓଡ଼ିଶାରେ ୩ଟି ଅଣ୍ଡା ଦେବା ସ୍ଥାନ ରହିଛି । ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଜିଲ୍ଲାର ଗହୀରମଥା ସମୁଦ୍ର ହୋଇଥିବା ବେଳେ ଅନ୍ୟ ଦୁଇଟି ହେଲା ପୁରୀ ଜିଲ୍ଲାର ଦେବୀ ନଦୀ ମୁହାଣ ଓ ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ମୁହାଣ ।