ବାଲିଆପାଳ: ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ କଙ୍କଡ଼ାପାଳ ବେଳାଭୂମିରେ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଲିଭ୍ରିଡ୍ଲେ କଇଁଛଙ୍କ ସମୂହ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ କଇଁଛଙ୍କ ସୁରକ୍ଷା ନେଇ ବନ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନାହିଁ। ଆଜି ସମୁଦ୍ରରେ ଏକାଧିକ ଅଲିଭ୍ରିଡ୍ଲେ କଇଁଛ ମରି ଭାସୁଥିବା ଦେଖିବାକୁ ମିଳିଛି।
ଏନେଇ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଗଭୀର ସମୁଦ୍ରରେ ବନ୍ଦର କାମ ପାଇଁ ମେସିନ୍ଗୁଡ଼ିକ ଚାଲୁଥିବା ଯୋଗୁ କଇଁଛମାନଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ତେବେ ଅଲିଭ୍ରିଡ୍ଲେ କଇଁଛମାନେ ଯେମିତି ସୁରକ୍ଷିତ ଭାବେ ଅଣ୍ଡା ଦାନ କରି ଏଠାରୁ ଫେରିଯିବେ, ସେଥିପ୍ରତି ବିଭାଗ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/19-20.jpg)