କାଳିଆପାଣି : ରାଜ୍ୟ ଜୁନିଅର ଭଲିବଲ୍ ଟିମ୍ରେ ସ୍ଥାନ ପାଇଛନ୍ତି ସୁକିନ୍ଦାର ଉଦୀୟମାନ ଖେଳାଳି ଓଲିଉଲ୍ଲା। ଜାତୀୟସ୍ତରର ଟୁର୍ଣ୍ଣାମେଣ୍ଟ୍ ଖେଳିବା ପାଇଁ ଦଳ ସହିତ ସେ ଜାମ୍ମୁ ଯାତ୍ରା କରିଛନ୍ତି। ସୁକିନ୍ଦାଗଡ଼ର ବାସିନ୍ଦା କ୍ଷୁଦ୍ର ବ୍ୟବସାୟୀ ଶେଖ୍ ଅବଦୁଲ୍ଲାଙ୍କ ବଡ଼ପୁଅ ଓଲି ଉଲ୍ଲା କଠିନ ପରିସ୍ଥିତିରେ ସଫଳ ହୋଇଥିବା କୁହାଯାଇଛି। ଦୈନନ୍ଦିନ ଚଳଣି ଖର୍ଚ୍ଚ ଓ ପାଠପଢ଼ା ପାଇଁ ଆବଶ୍ୟକ ଅର୍ଥର ଅଭାବ ସାଙ୍ଗକୁ ଘର ପାଖ ସୁକିନ୍ଦା ଷ୍ଟାଡିଅମ୍ରେ ଅଭ୍ୟାସ ପାଇଁ ସୁବଧା ନଥିବା ସତ୍ତ୍ବେ ଦୃଢ଼ମନା ସେ ନିଜ ଲକ୍ଷ୍ୟରୁ ଓହରିନଥିଲେ।
ଓଲ୍ଲି ଏକ ବ୍ୟତିକ୍ରମ ବୋଲି କହନ୍ତି ତାଙ୍କ କୋଚ୍ ମିର୍ଜା ଅମୀର ବେଗ୍ ଓ ଜିଲ୍ଲା ଆଥଲେଟିକ୍ ଆସୋସିଏସନ୍ ସଂପାଦକ ସମ୍ବିତ ମହାନ୍ତି। ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ କୁନିନ୍ଦା କଲେଜ୍ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ର ଓଲ୍ଲି କିଛିମାସ ପୂର୍ବରୁ ଭୁବନେଶ୍ବର କିଟ୍ କ୍ୟାମ୍ପସରେ କାଉଣ୍ଟର ଆଟାକର (ସ୍ମାସର) ଭାବେ ପ୍ରଶିକ୍ଷଣ ନେଇଥିଲେ। ସୌରିକ ଆଥଲେଟିକ୍ ଆସୋସିଏସନ୍ ପ୍ରତିଷ୍ଠାତା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼ାଇ, ଗ୍ରାମବାସୀ ଓ ଶୁଭେଚ୍ଛୁ ତାଙ୍କ ସଫଳତା କାମନା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/12-6.jpg)