ଭୁବନେଶ୍ବର: ଗିରଫ ହେଲେ ଅଭିନେତା ପାର୍ଥସାରଥୀ । ଓଲିଉଡ ଅଭିନେତା ପାର୍ଥସାରଥୀ ରାୟଙ୍କୁ ବାନ୍ଧିଲା ପୋଲିସ । ଏନବିଡବ୍ଲୁ ଆଧାରରେ ପାର୍ଥଙ୍କୁ ଗିରଫ କଲା ବଡଗଡ଼ ଥାନା ପୋଲିସ ।
- ଓଲିଉଡ ଅଭିନେତା ପାର୍ଥ ସାରଥୀ ରାୟଙ୍କୁ ବାନ୍ଧିଲା ପୁଲିସ
— Sambad (ସମ୍ବାଦ) (@sambad_odisha) July 10, 2025
- ଏନବିଡବ୍ଲୁ ଆଧାରରେ ଗିରଫ ହୋଇଛନ୍ତି ପାର୍ଥ
- ତେବେ ପୂର୍ବରୁ ତାଙ୍କର ଡିଭୋର୍ସ ମାମଲା ଚାଲିଥିଲା। କୋର୍ଟ ନିୟମ ଖିଲାପ କରିଥିବାରୁ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା
- ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି କୋର୍ଟ
- ପରେ ବଡ଼ଗଡ ଥାନା ପକ୍ଷରୁ ତାଙ୍କୁ… pic.twitter.com/FO4zmTBcA1
ଅଭିନେତା ପାର୍ଥଙ୍କୁ ପୋଲିସ ଗିରଫ କରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ତେବେ ପୂର୍ବରୁ ତାଙ୍କର ଛାଡପତ୍ର ମାମଲା ଚାଲିଥିଲା । କୋର୍ଟ ନିୟମ ଖିଲାପ କରିଥିବାରୁ ଜାରି ହୋଇଥିଲା ଜାମିନ ବିହୀନ ଗିରଫ ପରୱାନା । ଆଉ ତାଙ୍କ ଗିରଫଦାରୀ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି କୋର୍ଟ । ପରେ ବଡ଼ଗଡ଼ ଥାନା ପକ୍ଷରୁ ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
ତେବେ ଅଭିନେତା ପାର୍ଥଙ୍କୁ ବିଭିନ୍ନ ସିନେମା ଏବଂ ସିରିଏଲରେ ଦର୍ଶକ ଦେଖିବାକୁ ପାଇଛନ୍ତି । ଓଡିଆ ସିନେମା ଫାଲଗୁନ ଚୈତ୍ର, ଡାଲଚିନି, ତ୍ରିକନ୍ୟା, ଚରିତ୍ର, ଡିୟର ପୁରୁଷ ଆଦି ସିନେମାରେ ତାଙ୍କୁ ଦେଖିବାକୁ ମିଳିଛି ।