Update Odishaମେ’ ୨୫ରେ ଅନୁଭବ ପରିବାର ସହ କଟକ ଆସିଥିବା ବେଳେ ଘରେ ପଶି ତାଙ୍କ ଉପରେ ବାଘ ଭଳି ଗର୍ଜନ କରିଥିଲେ। ଦିଲ୍ଲୀରେ ଥିବା ବେଳେ ଅନୁଭବ ତାଙ୍କୁ ଫୋନ ଓ ହ୍ବାଟସଆପ୍ ମେସେଜରେ ବିଭିନ୍ନ ଧମକ ଦେଉଥିଲେ। ଜୁନ ୧୧ ତାରିଖରେ ତାଙ୍କୁ ସହମତିରେ ଡାଇଭର୍ସ ନେଇ ଯିବାକୁ କହି ଧମକ ଦେଇଥିଲେ। ଏଭଳି ସ୍ଥିତିରେ ସେ ନ୍ୟାୟ ପାଇଁ ଅଦାଲତଙ୍କ ଦ୍ବାରସ୍ଥ ହେବାକୁ ବାଧ୍ୟ ହେଲେ ବୋଲି ବର୍ଷା ଦର୍ଶାଇଛନ୍ତି। ତାଙ୍କର ହୋଇଥିବା ଶାରୀରିକ, ମାନସିକ, ଆର୍ଥିକ କ୍ଷତିପୂରଣ ଭରଣା ପାଇଁ ଘରେ ରହିବାକୁ ଅଧିକାର ଦେବା, ନଚେତ ଘରଭଡା ବାବଦରେ ମାସକୁ ୨୦ ହଜାର ଟଙ୍କା ଦେବା, ମାସିକ ଖର୍ଚ୍ଚ ତୁଲାଇବାକୁ ପ୍ରତିମାସରେ ୫୦ ହଜାର ଟଙ୍କା ଦେବା, ମେଡିକାଲ ଖର୍ଚ୍ଚ ବାବଦକୁ ୨ କୋଟି ଟଙ୍କା ଏବଂ ତାଙ୍କର ଆୟର ବାଟ ବନ୍ଦ କରି ଦେଇଥିବାରୁ ୧୩ କୋଟି ଟଙ୍କା ଦେବା ପାଇଁ ଅନୁଭବଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବର୍ଷା ଅଦାଲରେ ନିବେଦନ କରିଛନ୍ତି। ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ଆର.କେ.ରଥ ଏହି ମାମଲା ପରିଚାଳନା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/Anubhav-Barsha.jpg)