ଭୁବନେଶ୍ବର: ବିଦ୍ୟାଳୟ ସ୍ତରରୁ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ। ଅଲମ୍ପିକ ସମ୍ପର୍କିତ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର। ଏଣୁ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ପ୍ରଚଳନ କରାଯିବ। ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ପ୍ରାଥମିକ ଭାବେ ରାଜ୍ୟର ଦୁଇ ସ୍ମାର୍ଟ ସିଟିର ୯୦ଟି ସ୍କୁଲରେ ଆରମ୍ଭ ହେବ ଏହି ଅଲିମ୍ପିକ ଶିକ୍ଷାଦାନ।
ଚୀନ ଓ ଜାପାନର ଖେଳାଳିଙ୍କ ଭଳି ଖେଳାଳି ସୃଷ୍ଟି ଉଦ୍ଦେଶ୍ୟରେ କସରତ ଆରମ୍ଭ ହେବ। ରାଜ୍ୟରେ ତୃଣମୂଳସ୍ତରରୁ ପିଲାଙ୍କୁ ଅଲିମ୍ପିକ ସମ୍ପର୍କରେ ଶିକ୍ଷା ଦିଆଯିବ। ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏଭଳି ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ସ୍କୁଲ ପିଲାଙ୍କୁ ଅଲିମ୍ପିକ୍ସ ମୂଲ୍ୟବୋଧ ବିଷୟରେ ଅବଗତ କରାଯିବା ସହ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର। ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ ରାଉରକେଲା ସହରର ୯୦ଟି ସ୍କୁଲରେ ଆରମ୍ଭ ହେବ ଏହି ଯୋଜନା। ରାଉରକେଲାର ୨୭ଟି ଓ ଭୁବନେଶ୍ୱରର ୬୩ ସ୍କୁଲରେ ଏହି ଯୋଜନା ଆରମ୍ଭ ହେବ।
ଭୁବନେଶ୍ୱର ଓ ରାଉରକେଲାର ୯୦ଟି ସ୍କୁଲରେ ଆରମ୍ଭ ହେବ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା
/sambad/media/post_attachments/wp-content/uploads/2022/05/Education-Strategy-of-State-Government_Thumbnail-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)