ଜେଲ୍‌ରେ ଦାରା ସିଂକୁ ଭେଟିଲେ ଓମ୍‌ ବାବା

କେନ୍ଦୁଝର : ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍‌ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଦାରା ସିଂକୁ ଆଜି କେନ୍ଦୁଝର ଜେଲ୍‌ରେ ଭେଟିଛନ୍ତି ବିଗ୍‌ବସ୍‌ ଫେମ୍‌ ଓମ୍ ବାବା। ଏହି ଅବସରରେ ସେ କହିଛନ୍ତି, ତୁରନ୍ତ ଦାରାଙ୍କୁ ଜେଲ୍‌ରୁ ମୁକ୍ତ କରିବା ପାଇଁ ସରକାର ପଦକ୍ଷେପ ନେବା ଉଚିତ।

ଆଜି ମଧ୍ୟାହ୍ନରେ ଧର୍ମରକ୍ଷକ ଦାରାସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ପ୍ରକାଶ ଜୈନ ଓ ସଂଗଠନର ରାଷ୍ଟ୍ରୀୟ ମହାମନ୍ତ୍ରୀ ଓମ୍‌ ବାବା କେନ୍ଦୁଝର ଗସ୍ତରେ ଆସି ଜେଲ୍‌ରେ ଦାରା ସିଂହକୁ ଭେଟିଥିଲେ। ଏହି ଅବସରରେ ଓମ୍‌ ବାବା କହିଥିଲେ, ଇତିମଧ୍ୟରେ ଦାରା ସିଂ ୨୦ ବର୍ଷ ଜେଲ୍‌ ଦଣ୍ଡ ଭୋଗି ସାରିଲେଣି। ଧାରା ୫୫ ଅନୁସାରେ ୨୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଭୋଗି ସାରିଥିବାରୁ ତାଙ୍କୁ ତୁରନ୍ତ ମୁକ୍ତ କରାଯିବା ଉଚିତ। ଯଦି ସରକାର ଏ ଦିଗରେ କୌଣସି ଠୋସ୍‌ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଲକ୍ଷ ଲକ୍ଷ ଦାରା ସିଂ ଜନ୍ମ ନେବେ। ତାହା ସରାକରଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ ବୋଲି ସେ କହିଥିଲେ। ଦାରାକୁ କାଳୀପୂଜା ପୂର୍ବରୁ ଜେଲ୍‌ରୁ ମୁକ୍ତ କରା ନଗଲେ ଆଗାମୀ ଦିନରେ ଦାରାସେନା ପକ୍ଷରୁ ଦେଶରେ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର