କଟକ: ବିଶିଷ୍ଟ ଅର୍ଥନୀତି ବିଶାରଦ ତଥା ଜଣାଶୁଣା ସ୍ତମ୍ଭକାର ଓମ୍ ପ୍ରକାଶ ଜଗତିଙ୍କର କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି। ସେ ‘ସମ୍ବାଦ’ର ସଂପାଦକୀୟ ପୃଷ୍ଠାରେ ପ୍ରକାଶିତ ‘ବଜାର ହାଲଚାଲ୍’ ସମ୍ଭର ଲେଖକ ଭାବେ ବେଶ ପରିଚିତ ଥିଲେ। କଟକରେ ଜନ୍ମିତ ଓମ୍ ପ୍ରକାଶ ଜଗତି ଜଣାଶୁଣା ଆଇନଜୀବୀ ଯଦୁନାଥ ଜଗତିଙ୍କ ଏକମାତ୍ର ପୁତ୍ର। ସେ କଟକର ରେଭନେସା କଲିଜିଏଏଟ୍ ସ୍କୁଲର ଜଣେ ପ୍ରାକ୍ତନ ଛାତ୍ର।ସଂପ୍ରତି ସେ ବେଙ୍ଗାଲୁରୁରେ ରହୁଥିଲେ ଏବଂ ବହୁଦେଶୀୟ କଂପାନି ଫାଉଲର୍ ୱେସଟ୍ରୁପରେ ସିନିୟର ଭାଇସ୍ ପ୍ରେସିଡେଣ୍ଟ୍ ପଦରେ କାର୍ଯ୍ୟରତ ଥିଲେ। ସୂଚନାଯୋଗ୍ୟ, ସେ ଘରୋଇ କାମରେ କଟକ ଆସିଥିବା ବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେସଙ୍ଗେ କଟକର ଅଶ୍ବିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି।
/sambad/media/post_attachments/wp-content/uploads/2022/03/b2924432-22ec-48de-b66f-b3cfa34c8009.jpg)
ବୃତ୍ତିରେ ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ଶ୍ରୀ ଜଗତି ଅର୍ଥନୀତି କ୍ଷେତ୍ରରେ ଜଣେ ବିଶାରଦ ଥିବା ସହିତ ‘ସମ୍ବାଦ’ରେ ‘ବଜାର ହାଲଚାଲ୍’ ଶୀର୍ଷକ ସ୍ତମ୍ଭ ରଚନା କରି ଓଡ଼ିଶାର ପାଠକଙ୍କ ଗହଣରେ ବେଶ୍ ଲୋକପ୍ରିୟ ଥିଲେ। ତାଙ୍କର ସ୍ତମ୍ଭଗୁଡ଼ିକୁ ସଂକଳିତ କରାଯାଇ ଆମ ଓଡ଼ିଶା ପ୍ରକାଶନ ପକ୍ଷରୁ ପୁସ୍ତକାକାରରେ ପ୍ରକାଶ କରାଯାଇଛି। ସେ ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ କରିଥିଲେ। ନିକଟରେ ସମ୍ମାନଜନକ ଇଂରାଜୀ କର୍ପୋରେଟ୍ ପତ୍ରିକା ‘ସିଏଫ୍ଓ-ଇଣ୍ଡିଆ’ ତରଫରୁ ଓମ୍ ପ୍ରକାଶ ଜଗତିଙ୍କୁ ୨୦୧୬-୧୭ ଆର୍ଥିକ ବର୍ଷ ପାଇଁ ସିଏଫ୍ଓ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଥିଲା। ମ୍ୟାନେଜମେଣ୍ଟ ଏଣ୍ଡ କଣ୍ଟ୍ରୋଲ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା। ଓମ୍ ପ୍ରକାଶ ଜଗତିଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Om-Prakash-Jagati-Dies_Thumbnail_3.jpg)