ଭୁବନେଶ୍ୱର: ଓଡ଼ିଶା ଖଣି ନିଗମ(ଓଏମସି) ପକ୍ଷରୁ ନିଜର ବିଭିନ୍ନ ଖଣି ଅଞ୍ଚଳରେ ବନ ମହୋତ୍ସବ ସପ୍ତାହ ୨୦୨୫ ଉତ୍ସାହର ସହିତ ପାଳନ ହୋଇଯାଇଛି। ନୂତନ ଜଙ୍ଗଲ ସୃଷ୍ଟି, ବନୀକରଣ ଓ ପରିବେଶ ସୁରକ୍ଷା ପ୍ରତି ଓଏମସିର ଦୃଢ଼ ପ୍ରତିବଦ୍ଧତା ଅନୁଯାୟୀ, ନିଗମର ବହୁସଂଖ୍ୟକ କର୍ମଚାରୀ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିତିଲେ।
ଓଏମସି ପ୍ରାକୃତିକ ସମ୍ପଦର ସୁରକ୍ଷା ଓ ପରିବେଶ ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରିଛି। ବର୍ଷାଜଳ ସଂରକ୍ଷଣ, ମୃତ୍ତିକା ସଂରକ୍ଷଣ, ଜୈବ ବିବିଧତାର ସୁରକ୍ଷା ଓ ଖଣି ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜନ ସଚେତନତା ବୃଦ୍ଧି କରିବା ପାଇଁ ନିୟମିତ ଅଭିଯାନ ଜାରି ରଖିଛି।
ଏଥି ସହିତ, ଅସମୟରେ ଜଙ୍ଗଲ ନିଆଁ ବା ଅଗ୍ନିକାଣ୍ଡକୁ ରୋକିବା ପାଇଁ ସ୍ଥାନୀୟ ଲୋକଙ୍କ ସହ ଅନେକ ସମୟରେ ସଚେତନତା କାର୍ଯ୍ୟକ୍ରମମାନ ମଧ୍ୟ ଆୟୋଜନ କରିଆସୁଛି।
ଉଲ୍ଲେଖନୀୟ ଯେ, ଓଏମସି ଆର୍ଥିକ ବର୍ଷ ୨୪-୨୫ ମଧ୍ୟରେ ୬୦,୦୦୦ରୁ ଅଧିକ ଚାରାରୋପଣ କରିବା ସହିତ ଏପର୍ଯ୍ୟନ୍ତ ୯୦ ଲକ୍ଷରୁ ଅଧିକ ବୃକ୍ଷ ରୋପଣ କରି ସାରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/07/08/omc-celebrates-banamahotsav-week-2025-2025-07-08-11-18-59.jpg)