ଆଉ ୩ଟି କୋଭିଡ କେୟାର ହୋମ୍ ଖୋଲିଲା ଓଏମ୍‌ସି

ଭୁବନେଶ୍ବର : ପଥମ ପର୍ଯ୍ୟାୟରେ ଓଡ଼ିଶା ଖଣି ନିଗମ (ଓଏମ୍‌ସି) ୪ଟି କୋଭିଡ କେୟାର ହୋମ୍ ଖୋଲିବା ପରେ ଦ୍ବିତୀୟ ପର୍ଯ୍ୟାୟରେ ୩ଟି କୋଭିଡ କେୟାର ହୋମ୍ ଖୋଲିଛି। କୋଇଡ଼ାର କୁରମିତର, ବଡ଼ବିଲର ସେରେମ୍‌ଡା ଓ ବାଙ୍ଗୁର ଅଞ୍ଚଳରେ ଏଗୁଡ଼ିକ ଖୋଲିଛି। ଦ୍ବିତୀୟ ପର୍ଯ୍ୟାୟରେ ଖୋଲିଥିବା ୩ଟି ଯାକ କେନ୍ଦ୍ରରେ ୧୦ଟି ଲେଖାଏଁ ଶଯ୍ୟା ରହିଛି। ଲକ୍ଷଣ ନଥିବା କିମ୍ବା ସ୍ବଳ୍ପ ଲକ୍ଷଣ ଥିବା ଓଏମସି କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଏଗୁଡ଼ିକରେ ଏକାନ୍ତବାସରେ ରହିବା ସୁଯୋଗ ପ୍ରଦାନ କରାଯିବ। ଉଲ୍ଲେଖଯୋଗ୍ୟ ପ୍ରଥମ ପର୍ଯ୍ୟାୟରେ ଓଏମସି ଭୁବନେଶ୍ବର, ସାଉଥ କାଳିଆପାଣି, ଗନ୍ଧମାର୍ଦ୍ଦନ ଓ ଦୈତାରୀଠାରେ ଚଳିତମାସ ୧ ତାରିଖରେ ୨୦ ଶଯ୍ୟା ଲେଖାଏଁର ୪ଟି କୋଭିଡ କେୟାର ହୋମ୍ ଖୋଲାଯାଇଥିଲା।

ସମ୍ବନ୍ଧିତ ଖବର