ଖରିଫରେ ଧାନ କିଣି ଅଡୁଆରେ ମହିଳା ଏସଏଚଜି : ୫୦ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରମିକ ହେଣ୍ଡଲିଙ୍ଗ ପ୍ରାପ୍ୟ ମିଳିନି, ସଂକଟରେ ମହିଳା ସଶକ୍ତିକରଣ

ଭବାନୀପାଟଣା : ଓଡିଶାରେ ଗତବର୍ଷ ରବି ଧାନଚାଷ ବେଳେ ପ୍ରଥମଥର ପାଇଁ କଳାହାଣ୍ଡି ଜିଲ୍ଲାର ୧୭ ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ମଣ୍ଡିରେ ଧାନ କ୍ରୟ ପାଇଁ ଅନୁମତି ମିଳିଥିଲା। ଓଡ଼ିଶା ମହିଳା ମିଶନ ଶକ୍ତି ପକ୍ଷରୁ ଏହା ଏକ ସଫଳତା ବୋଲି ପ୍ରଚାର ପ୍ରସାର କରାଯାଇଥିଲା । ଗତ ଖରିଫ ଧାନଚାଷ ବେଳେ କଳାହାଣ୍ଡି ଜିଲ୍ଲାର ୨୩ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କୁ ମଣ୍ଡିରେ ଧାନ କ୍ରୟ ପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ଖରିଫ ଋତୁରେ ୫ ଲକ୍ଷ ୧୦ ହଜାର ୬୭୬ କ୍ୱିଣ୍ଟାଲ ୧୨ କେଜି ଧାନ କ୍ରୟ କରିଥିଲେ। ବର୍ତ୍ତମାନ ଖରିଫ ଯାଇ ରବି ଧାନ କ୍ରୟ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। କିନ୍ତୁ ଧାନ ମଣ୍ଡିରେ ଶ୍ରମିକମାନଙ୍କ ହେଣ୍ଡଲିଙ୍ଗ ବାବଦକୁ ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବକେୟା ଏପର୍ଯ୍ୟନ୍ତ ମିଳିପାରିନାହିଁ । ମହିଳା ଏସେଏଚଜି ମାନଙ୍କୁ ମହିଳା ସଶକ୍ତିକରଣ ନାମରେ ହଇରାଣ କରିବା ନେଇଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି।

ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ କଳାହାଣ୍ଡି ଜିଲ୍ଲାର ୧୭ ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ୨୦୧୯-୨୦ ରବି ଋତୁରେ ସମଗ୍ର ଓଡିଶା ରେ ପ୍ରଥମ ଥର ପାଇଁ ମଣ୍ଡିରେ ଧାନ କିଣିବା ପାଇଁ ସୁଯୋଗ ପାଇଥିଲେ। ଓଡିଶା ସରକାରଙ୍କ ମିଶନଶକ୍ତି ଜରିଆରେ ମଣ୍ଡିରେ ଧାନ କିଣିବା ନେଇଁ ଏସଏଚଜି ମାନଙ୍କୁ ପ୍ରୋତ୍ସାହନ ଦିଆଯାଇଥିଲା । ୨୦୧୯-୨୦ ଖରିଫ ଧାନଚାଷ ବେଳେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସଦର ବ୍ଲକ କୁଟ୍ରୁଖମାର ପଞ୍ଚାୟତର ମା ଭବାନୀ ଏସଏଚଜି ୬୫୧୦.୯୬ କ୍ୱିଣ୍ଟାଲ ଧାନ କିଣିଥିଲେ । ଗୋଲାମୁଣ୍ଡା ବ୍ଲକର ର୍ବଗୁଡା ପଞ୍ଚାୟତର ଜୟମାତାଦି ଏସଏଚଜି ୧୦୫୮୧.୧୯ କ୍ୱିଣ୍ଟାଲ, ଜୁନାଗଡ଼ ବ୍ଲକର ରାଜପୁର ପଞ୍ଚାୟତର ଅନ୍ନପୂର୍ଣ୍ଣା ଏସଏଚଜି ୩୪୧୯୩.୪୯ କ୍ୱିଣ୍ଟାଲ, ବନିଜରା ପଞ୍ଚାୟତର ମା ମହାଲକ୍ଷ୍ମୀ ଏସଏଚଜି ୪୦୧୧୦.୦୭ କ୍ୱିଣ୍ଟାଲ, କାଳିଆ କୁନ୍ଦଳ ପଞ୍ଚାୟତର ମା ଲଙ୍କେଶ୍ୱରୀ ଏସଏଚଜି ୩୫୮୩୩.୬୯ କ୍ୱିଣ୍ଟାଲ, ମାଳିଗୁଡା ପଞ୍ଚାୟତର ମା ଅଦିଶକ୍ତି ଏସଏଚଜି ୨୧୩୩୩.୨୧ କ୍ୱିଣ୍ଟାଲ,ଭଇଁରିଗୁଡା ପଞ୍ଚାୟତର ପଦ୍ମାଳୟା ଏସଏଚଜି ୧୨୮୨୩.୬୧ କ୍ୱିଣ୍ଟାଲ, ବକ୍ସି ତୁଳସିପାଲି ପଞ୍ଚାୟତର ଦିବ୍ୟଶକ୍ତି ଏସଏଚଜି ୩୪୦୯.୮୧ କ୍ୱିଣ୍ଟାଲ, ଗୋଡ଼ଛେଣ୍ଡିଆ ପଞ୍ଚାୟତର ମା ମହାଲକ୍ଷ୍ମୀ ଏସଏଚଜି ୧୪୦୩୬.୫୨ କ୍ୱିଣ୍ଟାଲ, ଜୁନାଗଡ଼ ଏନଏସସିର ଶ୍ରୀ ଗଣେଶ ଏସଏଚଜି ପକ୍ଷରୁ ୧୫୬୬୮.୭୫ କ୍ୱିଣ୍ଟାଲ ଧାନ ମଣ୍ଡିରୁ କିଣିଥିଲେ।

ସେହିପରି କଲମପୁର ବ୍ଲକ ବନ୍ଧକନା ପଞ୍ଚାୟତର ଯୋଗମାୟା ଏସଏଚଜି ୩୪୦୯୬.୫୪ କ୍ୱିଣ୍ଟାଲ,କୋପା ଗାଁ ପଞ୍ଚାୟତର ମା ମଙ୍ଗଳ ଏସଏଚଜି ୨୬୧୨୫.୩୧ କ୍ୱିଣ୍ଟାଲ, କର୍ଲାମୁଣ୍ଡା ବ୍ଲକ ଜୋରାଡୋବ୍ରା ପଞ୍ଚାୟତର ଜୟମା ଦୁର୍ଗା ଏସେଏଚଜି ୩୨୧୮୨.୯୭ କ୍ୱିଣ୍ଟାଲ ଧାନ କ୍ରୟ କାରିଥିଲେ । କୋକସରା ବ୍ଲକ କାଶିବାହାଲ ପଞ୍ଚାୟତର ମା ମଙ୍ଗଳ ଦେବୀ ଏସଏଚଜି ୨୭୭୭୫.୫୭ କ୍ୱିଣ୍ଟାଲ, ଖୁଣ୍ଟିଆ ପଞ୍ଚାୟତର କସ୍ତୁରବା ଗାନ୍ଧୀ ଏସଏଚଜି ୧୭୦୬୨.୧୬ କ୍ୱିଣ୍ଟାଲ, ଲାଞ୍ଜିଗଡ଼ ପଞ୍ଚାୟତର ମହାଲକ୍ଷ୍ମୀ ଏସଏଚଜି ୩୦୦୭.୦୧ କ୍ୱିଣ୍ଟାଲ,ମଦନପୁର ରାମପୁର ବ୍ଲକର ମଦନପୁର ପଞ୍ଚାୟତର ମା ସରସ୍ଵତୀ ଏସଏଚଜି ୮୯୫୨.୨୯ କ୍ୱିଣ୍ଟାଲ, ନର୍ଲା ବ୍ଲକ ତୁଲାପଡ଼ା ପଞ୍ଚାୟତର ମା ମଙ୍ଗଳା ଏସଏଚଜି ୩୫୨୨୬.୩୭ କ୍ୱିଣ୍ଟାଲ, ଭାନପୁର ପଞ୍ଚାୟତର ମା ମହାଲକ୍ଷ୍ମୀ ଏସଏଚଜି ୨୬୮୧୮.୧୨ କ୍ୱିଣ୍ଟାଲ, ସାନ୍ତପୁର ପଞ୍ଚାୟତର ଦିବ୍ୟଦୃଷ୍ଟି ଏସଏଚଜି ୧୬୩୭୮.୩୩ କ୍ୱିଣ୍ଟାଲ, ଧର୍ମଗଡ଼ ବ୍ଲକ ବଡ଼ବସୁଲ ପଞ୍ଚାୟତର ମା ଭଣ୍ଡେଲ ଏସଏଚଜି ୩୧୮୧୩.୫୯ କ୍ୱିଣ୍ଟାଲ, ତାରାପୁର ପଞ୍ଚାୟତର ମା ଠାକୁରାଣୀ ଏସଏଚଜି ୧୮୫୧୭.୮୦ କ୍ୱିଣ୍ଟାଲ, ଜୟପାଟଣା ବ୍ଲକ ବଡ଼ ଟେମରି ପଞ୍ଚାୟତର ମା ଧନମାଉଳି ଏସଏଚଜି ୩୮୩୧୮.୭୬ କ୍ୱିଣ୍ଟାଲ ଧାନ ଚାଷୀ ମାନଙ୍କ ଠାରୁ ମଣ୍ଡିରେ କ୍ରୟ କରିଥିଲେ।

କଳାହାଣ୍ଡି ଜିଲ୍ଲାରେ୨୩ଟି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ପକ୍ଷରୁ ୫ ଲକ୍ଷ ୧୦ ହଜାର ୬୭୬ କ୍ୱିଣ୍ଟାଲ ୧୨ କେଜି ଧାନ କରାଯାଇଥିଲା। ଗତ ଖରିଫ ୠତୁରୁ ଏପର୍ଯ୍ୟନ୍ତ ପ୍ରାୟ ସାତମାସରୁ ଉର୍ଦ୍ଧ୍ୱ ହେଲାଣି ଅଥଚ ସେମାନଙ୍କ ଶ୍ରମିକ ହେଣ୍ଡଲିଙ୍ଗ ପ୍ରାପ୍ୟ ଏଯାଏଁ ମିଳି ପାରି ନାହିଁ । ବାରମ୍ବାର ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଦଉଡ଼ି ଦଉଡ଼ି ମହିଳା ଏସଏଚଜିର ସଦସ୍ୟମାନେ ନୟାନ୍ତ ହେଲେଣି ତଥାପି ପ୍ରାୟ ୫୦ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ପ୍ରାପ୍ୟ ମିଳିପାରିନାହିଁ । ମିଶନସକ୍ତି ଜରିଆରେ ଧାନ କ୍ରୟ କରି ଏସଏଚଜି ଗୋଷ୍ଠିର ହାତପାନ୍ଥୀ ଖର୍ଚ୍ଚ କରିବା ସହିତ ବାହାରୁ ଧାର କରଜ ମଧ୍ୟ କରିଛନ୍ତି । ମିଲର୍ସ ମାନଙ୍କ ସହିତ ଯୋଗାଣ ବିଭାଗର ମଧୁଚନ୍ଦ୍ରିକା ଯୋଗୁଁ ଜାଣିଶୁଣି ସ୍ୱମାନଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି। ମଣ୍ଡିରୁ ଧାନ କିଣିବା ନିମନ୍ତେ ମହିଳା ଏସଏଚଜି ମାନଙ୍କୁ ଦାୟିତ୍ୱ ଦେବା ନେଇ ମିଲର୍ସ ଏବଂ ଯୋଗାଣ ବିଭାଗ ସହଜରେ ଗ୍ରହଣ କରିପାରୁନାହାନ୍ତି । ପ୍ରାପ୍ୟ ପାଇବାରେ ବିଳମ୍ବ ହେଲେ ମହିଳା ଗୋଷ୍ଠୀମାନେ ନିରୁତ୍ସାହିତ ହୋଇ ଧାନ କିଣିବା ପାଇଁ ଆଗଭର ନହେବେ ବୋଲି ଏହା ଏକ ସୁପରିକଳ୍ପୀତ ଯୋଜନା ଯାହା ତଦନ୍ତ ସାପେକ୍ଷ ଅଟେ।

ରାଜ୍ୟସରକାର ମହିଳାମାନଙ୍କ ସଶକ୍ତିକରଣ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ବର୍ତ୍ତମାନ ଏହି ଘଟଣା ସରକାରଙ୍କ ମହିଳାମାନଙ୍କ ପ୍ରତି ଅବହେଳାର ନିଦର୍ଶନ ପ୍ରକାଶ ପାଇଛି। ତୁରନ୍ତ ମହିଳା ଗୋଷ୍ଠୀ ମାନଙ୍କ ବକେୟା ପ୍ରାପ୍ୟ ପ୍ରଦାନ କରାଯିବା ନେଇ ରାଜ୍ୟସରକାର ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି। ଏ ନେଇ ଜିଲ୍ଲା ଯୋଗାଣ ଅଧିକାରୀ ରତ୍ନାକର ସେଠିଙ୍କୁ ପଚାରିବାରୁ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କ ମଣ୍ଡିରେ ଧାନ କ୍ରୟ ବାବଦକୁ କମିଶନ ପ୍ରାପ୍ୟ ପ୍ରଦାନ କରାଯାଇଛି । ଶ୍ରମିକ ହେଣ୍ଡଲିଙ୍ଗ ପ୍ରାପ୍ୟ ପ୍ରଦାନ ନିମନ୍ତେ ରାଜ୍ୟସରକାର ଙ୍କୁ ଜଣାଇ ଦେଇଛୁ । ଓଡିଶା ଯୋଗାଣ ବିଭାଗ ନିଗମ ଏପର୍ଯ୍ୟନ୍ତ ପ୍ରାପ୍ୟ ପ୍ରଦାନ କରିନାହାନ୍ତି ବୋଲି କହିଥିଲେ।

ସମ୍ବନ୍ଧିତ ଖବର