କ୍ଷୀର ଦର ବୃଦ୍ଧି କରିବ ଓମଫେଡ : କୃଷିମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶା ସରକାର ଖୁବଶୀଘ୍ର ଓମଫେଡ କ୍ଷୀର ଦର ବୃଦ୍ଧି କରିପାରନ୍ତି । ଏ ସଂପର୍କରେ ରାଜ୍ୟ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ଥିବା ଘରୋଇ ଦୁଗଧ କମ୍ପାନିମାନେ ଦର ବୃଦ୍ଧିକରିସାରିଥିବାରୁ ଓମଫେଡ କ୍ଷୀର ଦର ମଧ୍ୟ ବୃଦ୍ଧି କରିବାକୁ ସରକାର ବିଚାର କରୁଛନ୍ତି । କିନ୍ତୁ ଉଭୟ ଚାଷୀ ଓ ଖାଉଟିଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହି ଦରବୃଦ୍ଧି ସଂପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି ।

ଗତ ଅଗଷ୍ଟ ୨୬ରୁ ରାଜ୍ୟର କେତେକ ଘରୋଇ କ୍ଷୀର କମ୍ପାନି ଯେପରିକି ପ୍ରଗତି ଓ ମିଲକମୁ ଲିଟର ପିଛା ୪ ଟଙ୍କା ପର୍ଯ୍ୟନ୍ତ ଦରବୃଦ୍ଧି କରିଛନ୍ତି । ଏହା ପରେ ଓମଫେଡକୁ କ୍ଷୀର ଯୋଗାଉଥିବା ଚାଷୀମାନେ ମଧ୍ୟ ଦର ବଢାଇବାକୁ ଦାବି କରିଆସୁଥିଲେ । ଓମଫେଡ ଗତ ୨୦୧୭ରେ ନିଜର ପ୍ରିମିୟମ ମିଲ୍‌କର ମୂଲ୍ୟ ଲିଟର ପିଛା ୨ଟଙ୍କା ବୃଦ୍ଧି କରି ୪୦ ଟଙ୍କା ଧାର୍ଯ୍ୟ କରିଥିଲା । ଏହା ପୂର୍ବରୁ ୨୦୧୪ରେ ଡବଲ ଟୋନଡ ମିଲକର ମୂଲ୍ୟ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିଲା ।

ସମ୍ବନ୍ଧିତ ଖବର