ଭୁବନେଶ୍ବର: ଜିଏସ୍ଟିରେ ହୋଇଥିବା ହ୍ରାସକୁ ଦୃଷ୍ଟିରେ ରଖି ଓମ୍ଫେଡ୍ କର୍ତ୍ତପୃକ୍ଷ ବିଭିନ୍ନ ଉତ୍ପାଦ ଦାମ୍ କମ୍ କରିଛନ୍ତି। କମ୍ପାନିର ବିଭିନ୍ନ ପ୍ରକାର ଦୁଗ୍ଧ, ପନିର, ଫ୍ଲେଭର୍ ମିଲ୍କ, ବଟର୍ ଓ ଘିଅ ଦାମ୍ ହ୍ରାସ ପାଇଛି। ନୂତନ ଦର ଆସନ୍ତାକାଲିଠାରୁ (ସେପ୍ଟେମ୍ବର ୨୨)ରୁ ଲାଗୁ ହେବ। ଓମ୍ଫେଡ୍ର ୫୦୦ ଏମ୍ଏଲ୍ ଟେଟ୍ରାପ୍ୟାକ୍ର ୟୁଏଚ୍ଟି ଦୁଗ୍ଧ ଦାମ୍ ୨ ଟଙ୍କା କମ୍ ହୋଇ ୩୭ ଟଙ୍କାକୁ ଖସିଆସିଛି। ତାହାର ଏକ ଲିଟର ପ୍ୟାକ୍ ଦାମ୍ ୩ ଟଙ୍କା ହ୍ରାସ ପାଇ ୬୭ ଟଙ୍କା ହୋଇଛି। ପନିର୍ର ୨୦୦ ଗ୍ରାମ ପାଉଚ୍ ଦାମ୍ ୫ ଟଙ୍କା ହ୍ରାସ ୭୫ ଟଙ୍କା ହୋଇଛି ଏବଂ ୫୦୦ ଗ୍ରାମର ଦାମ୍ ୧୦ ଟଙ୍କା ହ୍ରାସ ୧୮୦ ହୋଇଛି। ପନିର (ମିଡିଅମ୍ ଫ୍ୟାଟ୍)ର ୨୦୦ ଗ୍ରାମ ପାଉଚ୍ ଦାମ୍ ୩ ଟଙ୍କା ହ୍ରାସ ୬୭ ଟଙ୍କା ହୋଇଛି ଓ ୫୦୦ ଗ୍ରାମ ପାଉଚ୍ ଦାମ୍ ୫ ଟଙ୍କା ହ୍ରାସ ପାଇ ୧୬୦ ଟଙ୍କା ହୋଇଛି। ସେହିପରି, ଓମ୍ଫେଡ୍ର ଫ୍ଲେଭର୍ ମିଲ୍କ (ଏସ୍ଏଫ୍ଏମ୍)ର ୧୮୦ ଏମ୍ଏଲ୍ ବୋତଲ-ପ୍ଲାଷ୍ଟିକ୍ ଓ ବୋତଲ-ଗ୍ଲାସ୍ ଦାମ୍ ୨ ଟଙ୍କା ଲେଖାଏଁ ହ୍ରାସ ପାଇ ୨୩ ଟଙ୍କା ହୋଇଛି। ଟେବୁଲ୍ ବଟର୍ର ୧୦୦ ଗ୍ରାମ ଦାମ୍ ୩ ଟଙ୍କା ହ୍ରାସ ପାଇ ୫୭ ଟଙ୍କା ଓ ୫୦୦ ଗ୍ରାମ ପ୍ୟାକ୍ ଦାମ୍ ୧୮ ଟଙ୍କା ହ୍ରାସ ପାଇ ୨୭୨ ଟଙ୍କା ହୋଇଛି।
ଓମ୍ଫେଡ୍ର ଏକ ଲିଟର ପଲିଜାର୍ ଦାମ୍ ୪୦ ଟଙ୍କା କମ୍ ହୋଇ ୬୬୫ ଟଙ୍କା ହୋଇଛି। ତାହାର ୫୦୦ ଏମ୍ଏଲ୍ ଓ ୨୦୦ ଏମ୍ଏଲ୍ ଦାମ୍ ଯଥାକ୍ରମେ ୨୦ ଟଙ୍କା ହ୍ରାସ ପାଇ ୩୪୦ ଟଙ୍କା ଓ ୧୦ ଟଙ୍କା ହ୍ରାସ ପାଇ ୧୪୦ ଟଙ୍କା ହୋଇଛି। ସେହିପରି ୨୦୦ ଏମ୍ଏଲ୍, ୫୦୦ ଏମ୍ଏଲ୍ ଓ ୧ ଲିଟର ଟିଣ ଘିଅ ଦାମ୍ ଯଥାକ୍ରମେ ୧୦ ଟଙ୍କା, ୨୫ ଟଙ୍କା ଓ ୪୫ ଟଙ୍କା କମ୍ ହୋଇ ୧୫୦ ଟଙ୍କା, ୩୪୫ ଟଙ୍କା ଓ ୬୭୫ ଟଙ୍କାକୁ ହ୍ରାସ ପାଇଛି। ପାଉଚ୍ରେ ମିଳୁଥିବା ୨୦୦ ଏମ୍ଏଲ୍, ୫୦୦ ଏମ୍ଏଲ୍ ଓ ୧ ଲିଟର ଘିଅର ଦାମ୍ ଯଥାକ୍ରମେ ୧୦ ଟଙ୍କା, ୨୦ ଟଙ୍କା ଓ ୪୦ ଟଙ୍କା କମ୍ ହୋଇଛି। ଫଳରେ ଆସନ୍ତାକାଲିଠାରୁ ଏହି ପ୍ୟାକ୍ଗୁଡ଼ିକର ଦାମ୍ ଯଥାକ୍ରମେ ୧୩୦ ଟଙ୍କା, ୩୧୫ ଟଙ୍କା ଓ ୬୨୦ ଟଙ୍କା ହୋଇଯିବ। ୫ ଲିଟର ପଲିଜାର୍ ଘିଅ ଦାମ୍ ୨୨୦ ଟଙ୍କା କମ୍ ହୋଇ ୩୨୮୦ ଟଙ୍କା ହୋଇଛି। ୧୫ ଲିଟର ଟିଣ ଘିଅ ଦାମ୍ ୫୦୦ରୁ ଅଧିକ ଟଙ୍କା ହ୍ରାସ ପାଇ ୭୬୪୫ ଟଙ୍କା ହୋଇଛି। ୧୫ ଏମ୍ଏଲ୍ ଓ ୩୫ ଏମ୍ଏଲ୍ ପାଉଚ୍ ଘିଅ ଦାମ୍ ଯଥାକ୍ରମେ ୧ ଟଙ୍କା ଓ ୨ ଟଙ୍କା କମ୍ ହୋଇ ୧୪ ଟଙ୍କା ଓ ୨୮ ଟଙ୍କା ହୋଇଛି। ଏ-୨ ଦେଶୀ ଘିଅର ୩୫୦ ଏମ୍ଏଲ୍ ୟୁଏଚ୍ଟି ପ୍ୟାକେଟ୍ ଦାମ୍ ୪୨୨ ଟଙ୍କା ଏବଂ ୧୭୫ ଏମ୍ଏଲ୍ ପ୍ୟାକ୍ ଦାମ୍ ୨୩୪ ଟଙ୍କାକୁ ହ୍ରାସ ପାଇଛି।