ଆଉ ୫ ସହରରେ ଦୁଗ୍ଧ ହୋମ ଡେଲିଭରି କରିବ ଓମଫେଡ୍‌

ଭୁବନେଶ୍ୱର : ଭୁବନେଶ୍ୱର ପରେ ଏବେ ରାଜ୍ୟର ଆଉ ୫ଟି ସହରରେ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ହୋମ ଡେଲିଭରି କରିବ ଓମଫେଡ୍‌। କରୋନା ପାଇଁ କଟକଣା ଜାରି ହୋଇଥିବାରୁ ଲୋକେ ଘରୁ ବହାରି ପାରୁନାହାନ୍ତି। ଓମଫେଡ୍‌ ଷ୍ଟଲଗୁଡ଼ିକ ବି ବନ୍ଦ ରହିଛି। ତେଣୁ ସହରବାସୀଙ୍କ ଘରେ ସାମଗ୍ରୀ ପହଞ୍ଚାଇବା ଲାଗି ଏଭଳି ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ଭୁବନେଶ୍ୱରରେ ହୋମ୍ ଡେଲିଭରି ହେଉଥିବା ବେଳେ ଏଣିକି କଟକ, ସମ୍ବଲପୁର, ରାଉରକେଲା, ବାଲେଶ୍ବର, ବ୍ରହ୍ମପୁର ସହରରେ ବି ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ହୋମ୍‌ ଡେଲିଭରି କରାଯିବ। ତେବେ ଆଜିଠାରୁ ବାଲେଶ୍ବର ଡାଏରିରୁ ହୋମ୍‌ ଡେଲିଭରି ଆରମ୍ଭ ହୋଇଛି। ଏଥିପାଇଁ ୪ଜଣଙ୍କ ନାମ ଓ ମୋବାଇଲ ନମ୍ବର ଦିଆଯାଇଛି। ବାଲେଶ୍ବର ସହରର ଗ୍ରାହକ ଉକ୍ତ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରି ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ମଗାଇପାରିବେ ବୋଲି ଓମଫେଡ୍‌ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର