ଭୁବନେଶ୍ବର: ଓମିକ୍ରନ୍ ଉପରେ ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି, ଆନ୍ତର୍ଜାତିକ ସଂଗଠନ, ବିଶେଷଜ୍ଞ ଟିମ ପରୀକ୍ଷାନିରୀକ୍ଷା ଜାରି ରଖିଛନ୍ତି। ଡେ଼ଲ୍ଟା ଭାଇରସ ଯେତେବେଳେ ଆସିଥିଲା, ଏମିତି ଚର୍ଚ୍ଚା ହେଉଥିଲା। କିନ୍ତୁ ଆମର ସେମିତି କିଛି ଘଟି ନଥିଲା। ସେହିଭଳି ଏବେ ଓମିକ୍ରନ୍ ମଧ୍ୟ ନୂଆ ଭାରିଆଣ୍ଟ ହୋଇ ଆସିଛି। ହେଲେ ଏଯାଏଁ ଭାରତରେ ଏହା ଚିହ୍ନଟ ହୋଇନାହିଁ। ଅଲଗା ଦେଶରୁ ଆସୁଥିବା ଲୋକଙ୍କୁ ଆନ୍ତର୍ଜାତିକ କ୍ୱାରେଣ୍ଟିନ ଗାଇଡଲାଇନ ଅନୁସାରେ ଆମ ସରକାର ମଧ୍ୟ ମାର୍ଗଦର୍ଶିକା ଜାରି କରିଛନ୍ତି। ଯେଉଁମାନେ ବିଦେଶରୁ ଆସିବେ, ବିମାନ ବନ୍ଦରରେ ସେମାନଙ୍କର ଟେଷ୍ଟ କରାଯାଉଛି। ସେମାନଙ୍କ ଉପରେ କଡ଼ା ନଜର ରଖାଯାଉଛି। ଯଦି କାହାର ପଜିଟିଭ ଆସିଲା, ସେହି ତଥ୍ୟ ସବୁ ରାଜ୍ୟକୁ ପଠାଯିବ।
ସେ ଆହୁରି ମଧ୍ୟ କହିଛନ୍ତି, ଏ ଭୂତାଣୁର ବାସ୍ତବ ସଂଖ୍ୟା କଣ ତାକୁ ଟେକ୍ନିକାଲ କମିଟି ଯାଞ୍ଚ କରୁଛି । ବର୍ତ୍ତମାନ ସୁଦ୍ଧା ଆମ ପାଖରେ ଏହା ଗୁରୁତର ବୋଲି କୌଣସି ତଥ୍ୟ ନାହିଁ। ଏହାର ଲକ୍ଷଣ କିଛି ଅଲଗା ବୋଲି ମଧ୍ୟ ତଥ୍ୟ ନାହିଁ। ଟିକା କାମ ଦେବନି ବୋଲି ମଧ୍ୟ କିଛି ତଥ୍ୟ ନାହିଁ। ଓମିକ୍ରନ ଉପରେ ରାଜ୍ୟରେ ଏବେ ରାଣ୍ଡମ ସିକ୍ୱେନ୍ସି ଚାଲିଛି। ଯଦି ବିଦେଶରୁ ଆସିଥିବା କୌଣସି ବ୍ୟକ୍ତିଙ୍କ ପଜିଟିଭ ଆସେ, ସେମାନଙ୍କର ଜିନମ ସିକ୍ୱେନ୍ସିଂ ନିଶ୍ଚୟ କରାଯିବ। ଏବେ ବିଦେଶରୁ ଆସିଥିବା ଲୋକଙ୍କ ଜିନମ ସିକ୍ୱେନ୍ସିଂ କରାଯାଉଛି।
କରୋନାକୁ ପ୍ରତିହତ କରିବା ଲାଗି ଟିକାକରଣ ହିଁ ମୁଖ୍ୟ ଅସ୍ତ୍ର। ଯେଉଁମାନେ ଟିକା ନେଇନାହାନ୍ତି, ଶୀଘ୍ର ଟୀକା ନିଅନ୍ତୁ। ନୀତି ଆୟୋଗଙ୍କ ତରଫରୁ ମଧ୍ୟ କୁହାଯାଇଛି, କରୋନାର ମୁଖ୍ୟ ଢାଲ ହେଉଛି ମାସ୍କ। ଏହା ସହ ଲକ୍ଷଣ ଦେଖାଗଲେ, ଟେଷ୍ଟିଂ କରାଇବା।
ଯଦି ରାଜ୍ୟରେ ଓମିକ୍ରନ୍ ପଜିଟିଭ ବାହାରିବ, ଟେଷ୍ଟିଂ, ଟ୍ରାକିଂ କରିବା ସ୍ୱାସ୍ଥ୍ୟ ବିଭାଗର କାମ, ବିଭାଗ କରିବ। ହକି ଲାଗି ଯେତିକି ବିଦେଶୀ ଖେଳାଳି ଆସିଛନ୍ତି, ସମସ୍ତଙ୍କର ଟେଷ୍ଟ କରାଯାଇଛି। ଏ ବାବଦରେ ଅଧିକ ତଥ୍ୟ ହକି ଇଣ୍ଡିଆ ଦେଇପାରିବ।
ଏଯାଏଁ ଭାରତରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ: ସ୍ୱାସ୍ଥ୍ୟ ନିର୍ଦେଶକ
/sambad/media/post_attachments/wp-content/uploads/2021/11/We-Have-No-Information_Health-Director_Bijay-Mohapatra_Thumbnail_2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)