୨୫‌ରେ ଓମ୍‌ସା କର୍ମକର୍ତା ନିର୍ବାଚନ

ଭୁବନେଶ୍ବର : ଆସନ୍ତାମାସ ୨୫ତାରିଖରେ ରାଜ୍ୟ ମେଡିକାଲ ସେବା ସଂଘ ବା ଓମ୍‌ସା କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ଗୃହ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ବିଭାଗକୁ ଅନୁମତି ଦିଆଯାଇଛି। ଅନ୍‌ଲାଇନ୍‌ ମୋଡରେ କର୍ମକର୍ତା ଚୟନ କରାଯିବ। ତେବେ କର୍ମକର୍ତା ନିର୍ବାଚନ ପାଇଁ ଯେପରି ସ୍ବାସ୍ଥ୍ୟସେବାରେ କୌଣସି ବ୍ୟାଘାତ ସୃଷ୍ଟି ନ ହୁଏ ତାହା ଉପରେ ନଜର ଦେବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦେଶ ଦିଆଯାଇଛି।

ସଭାପତି, ଜୋନ୍ ଉପ-ସଭାପତି, ସାଧାରଣ ସଂପାଦକ, ଜୋନ୍ ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ, କେନ୍ଦ୍ରୀୟ କାର୍ଯ୍ୟକାରୀ କମିଟି ସଦସ୍ୟ ଚୟନ ନେଇ ନିର୍ବାଚନ ହେବ। ୩ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ଅନଲାଇନ୍‌, ବ୍ୟକ୍ତିଗତ, ସ୍ପିଡ୍‌ କିମ୍ବା ରେଜିଷ୍ଟ୍ରି ପୋଷ୍ଟ ଜରିଆରେ ନାମାଙ୍କନ ପତ୍ର ପଠାଇ ପାରିବେ। ୧୧ତାରିଖରେ ନାମାଙ୍କନ ଯାଞ୍ଚ ଓ ୧୨ତାରିଖ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ୨୯ ତାରିଖରେ ଫଳାଫଳ ଘୋଷଣା କରାଯିବ ବୋଲି ଓମ୍‌ସାର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର